• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ଵାନରେ ଏଆଇକେକେଏମଏସ ର ସର୍ବ ଭାରତୀୟ ପ୍ରତିବାଦ ସଭା

Bymamatanews

Mar 28, 2025
Spread the love


ଅନୁଗୁଳ (୨୮/୦୩/୨୦୨୫) । ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ଵାନରେ ସର୍ବ ଭାରତୀୟ ପ୍ରତିବାଦ ଉପଲକ୍ଷେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ଅନୁଗୋଳ ଜିଲ୍ଲା କମିଟି ପକ୍ଷରୁ ଅନୁଗୋଳ ରାଜା ଛକଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ସ୍ୱାମୀନାଥନ କମିଶନ ସୁପାରିଶକୁ ଲାଗୁ କରି ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ C2+50 %ଲାଗୁ କରିବା, ସମସ୍ତ କୃଷି ଜାତ ଦ୍ରବ୍ୟର MSPକୁ ଆଇନ୍ ର ଗ୍ୟାରେଣ୍ଟି ପ୍ରଦାନ କରିବା, ବିଦ୍ୟୁତ୍ ସଂଶୋଧନ ଆଇନ୍ 2022କୁ ବାତିଲ କରିବା, ଘରୋଇ କମ୍ପାନୀ ସ୍ୱାର୍ଥରେ ପ୍ରିପେଡ ସ୍ମାର୍ଟ ମିଟର ପ୍ରଚଳନ ସଂପୂର୍ଣ୍ଣ ବନ୍ଦ କରିବା, କର୍ପୋରେଟ ସ୍ୱାର୍ଥ ରକ୍ଷାକାରୀ ଜାତୀୟ କୃଷି ବଜାର ନିତୀ ବନ୍ଦ କରିବା, ଷାଠିଏ ବର୍ଷରୁ ଉର୍ଦ୍ଧ୍ବ ଚାଷୀ ଙ୍କୁ ମାସିକ ଦଶ ହଜାର ଟଙ୍କା ପେନସନ ପ୍ରଦାନ କରିବା ଆଦି ଦାବୀରେ ଜିଲ୍ଲା ସଭାପତି ସୁବାସ ପ୍ରଧାନଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପଞ୍ଜାବ ସରକାର ଆନ୍ଦୋଳନରତ ଚାଷୀ ମାନଙ୍କୁ ସିଙ୍ଗୁଓ ଖନୋରୀ ସୀମାରେ ବଳପୂର୍ବକ ଅଟକାଇ, ଲାଠି ଚାଳନା, ଲୁହବୁହା ଗ୍ୟାସ ପ୍ରୟୋଗ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚାଷୀ ନେତା ମାନଙ୍କୁ ମିଥ୍ୟା ମକଦ୍ଦମାରେ ଗିରଫକୁ ଦୃଢ଼ ନିନ୍ଦା କରାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇ କମ୍ପାନୀ ଓ କର୍ପୋରେଟ ମାନଙ୍କ ସ୍ୱାର୍ଥରେ ଚାଷୀ ମାରଣ ନିତୀ ଆଣୁଛନ୍ତି। ଆମ ଅନୁଗୋଳ ଜିଲ୍ଲାର ଜମି,ଜଳ, ଜଙ୍ଗଲ ଓ ଖଣିଜ ସଂପଦକୁ ବିଭିନ୍ନ ଘରୋଇ କମ୍ପାନୀ ମାନଙ୍କୁ ଟେକି ଦେଇ ଦାଣ୍ଡର ଭିକାରୀ ରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦାବୀ କରିଥିଲେ। ଅବିଳମ୍ବେ ପ୍ରତି ବ୍ଳକରେ ଶୀତଳ ଭଣ୍ଡାର ନିର୍ମାଣ ଓ ଜଳ ସେଚନ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବାକୁ ସଂଗଠନର ଉପ ସଭାପତି ନବ କିଶୋର ପ୍ରଧାନ, କୁମର ସାହୁ, ସଂପାଦକ ରଣଜିତ ପ୍ରଧାନ, ସଂଜୟ ସାହୁ, ଚାଷୀ ସୁରକ୍ଷା କମିଟିର ସଂପାଦକ ହେମନ୍ତ ଦାସ, ବଳରାମ ନାୟକ, ସୁବାସ ଦେହୁରୀ ପ୍ରମୁଖ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *