• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନିର୍ମାଣ ଶ୍ରମିକ/ମନୋନୀତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ

Bymamatanews

Mar 29, 2025
Spread the love

ଆଜି ତା ୨୯.୦୩.୨୦୨୫ ରିଖ ପୂର୍ବାହ୍ନ ୧୧.୪୫ ଘଟିକା ସମୟରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅନୁଗୋଳ ତରଫରୁ ଅନୁଗୋଳ ଜିଲ୍ଲାପାଳ ଅବଦଲ ଏମ ଅଖତରଙ୍କ ଉପସ୍ଥିତିରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ/ମନୋନୀତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଅଛି।

ଉକ୍ତ ଶିବିରରେ ୮୯ ଜଣ ଆବେଦନକାରୀଙ୍କୁ ଟ ୮,୩୪,୨୦୦/- (ଶିକ୍ଷା ସହାୟତା), ୫୧୭ ଜଣ ଆବେଦନକାରୀଙ୍କୁ ଟ ୨,୫୮,୨୫,୦୦୦/- (ବିବାହ ସହାୟତା),୧୫ ଜଣ ଆବେଦନକାରୀଙ୍କୁ ଟ ୧,୫୦,୦୦୦/- (ପ୍ରସୂତିକାଳୀନ ସହାୟତା) ୬୨ ଜଣ ମନୋନୀତ ବ୍ୟକ୍ତିଙ୍କୁ ଟ ୧,୩୮,୦୦,୦୦୦/- (ମୃତ୍ୟୁକାଳୀନ ସହାୟତା) ଓ ୫୬ ଜଣ ମନୋନୀତ ବ୍ୟକ୍ତିଙ୍କୁ ଟ ୨,୮୦,୦୦୦/-(ଅନ୍ତୋଷ୍ଟିକ୍ରିୟା ସହାୟତା) ସର୍ବ ମୋଟ ୭୩୯ ଜଣ ନିର୍ମାଣ ଶ୍ରମିକଙ୍କୁ ଟ॰୪,୦୮,୮୯,୨୦୦/-(ଚାରି କୋଟି ଆଠ ଲକ୍ଷ ଅଣାନବେ ହଜାର ଦୁଇ ଶହ) ମାତ୍ର ରାଶି ପ୍ରଦାନ କରାଯାଇଅଛି । ଉକ୍ତ ଶିବିରରେ ଶ୍ରୀମତୀ ଲିରିକା ରାୟ,ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ), କେ ଶ୍ରବନ କୁମାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଅନୁଗୋଳ ଓ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟର କର୍ମଚାରୀ ଓ ନିର୍ମାଣ ଶ୍ରମିକ ଉପସ୍ଥିତ ରହିଥିଲେ ।
ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ), ଅନୁଗୋଳ

Leave a Reply

Your email address will not be published. Required fields are marked *