• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ବ୍ଲକର ୪୬୮ ହିତାଧିକାରୀଙ୍କୁ ମିଳିଲା ଅନ୍ତ୍ୟୋଦୟ ଗୃହ।

Bymamatanews

Mar 31, 2025
Spread the love

ବଅଁରପାଳ ଆଜି ପଞ୍ଚାୟତ ସମିତି ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଚନ ଦାସ ଙ୍କ ସଭାପତିତ୍ତ୍ଵ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇ ଅନ୍ତ୍ୟୋଦୟ ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।

ଏଥିରେ ବ୍ଲକ ଅଧ୍ୟକ୍ଷ ବିଜୟ ନାଥ, ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଅମୀୟ ତ୍ରିପାଠୀ, ଜିଲ୍ଲାପରିଷଦ ସଭ୍ୟ ଗୋପାଳ ନାଏକ, ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଗ୍ରାମ ର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ପ୍ରତ୍ୟେକ ପଞ୍ଚାୟତ ର ୧୫ଜଣ ହିତାଧିକାରୀ କୁ ଅନ୍ତ୍ୟୋଦୟ ଗୃହ ମିଳିଛି ସମୁଦାୟ ବ୍ଲକର ୫୨୫ରୁ ୪୬୮ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ବାକି ୫୭ଜଣ ଙ୍କ ର ତ୍ରୁଟି ଓ ଅଭିଯୋଗ ଥିବାରୁ ଯୋଗ୍ୟ ରୁ ବାଦ ଦିଆ ଯାଇଛି। ସେମାନଙ୍କୁ ପରେ ଏହି ଯୋଜନା ରେ ସାମିଲ କରାଯିବ ବୋଲି ଗୋଷ୍ଟି ଉନ୍ନୟନ ଅଧିକାରୀ ଲୋଚନ ଦାସ କହିଛନ୍ତି।ଏହି ଅବସରରେ ଭବାନୀପାଟଣା ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଜ୍ୟ ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କରିଥିଲେ।ସମସ୍ତ ବ୍ଲକ ରେ ଏଲଇଡି ମାଧ୍ୟମରେ ଉପସ୍ଥିତ ଲୋକେ ଦେଖିଥିଲେ । କାର୍ଯ୍ୟକ୍ରମକୁ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧବ ଚନ୍ଦ୍ର ପାଣିଗ୍ରାହୀ, ମଞ୍ଚ ପରିଚାଳନାରେ ସହୋଯୋଗ କରିଥିଲେ‌।

Leave a Reply

Your email address will not be published. Required fields are marked *