• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳରେ ୯୦ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Bymamatanews

Apr 2, 2025
Spread the love

ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ ଆଜି ୯୦ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ବହୁ ଧୁମଧାମରେ ପାଳନ ହୋଇଛି। ସୂଚନା ଯେ, ଅନୁଗୋଳ ଛେଳିଆପଡା ପ୍ୟାରେଡ ପଡିଆ ଠାରେ ଆଜି ୯୦ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୋଲିସ ପ୍ୟାରେଡ ସମାରୋହରେ ଆରକ୍ଷୀ ମହାନିରୀକ୍ଷକ, ଉତ୍ତର କେନ୍ଦ୍ରାଞ୍ଚଳ, ଆରକ୍ଷୀ ପ୍ରଶିକ୍ଷଣ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟବ୍ରତ ଭୋଇ ଯୋଗେ ଦେଇଥିଲେ। ପୋଲିସ ର କାର୍ଯ୍ୟ ଏବଂ ଅନୁଗୋଳ ଜିଲ୍ଲାରେ କିପରି ଆହୁରି ପୋଲିସ ର କାର୍ଯ୍ୟ ଦକ୍ଷ ବଢାଇବା ନେଇ ବିବରଣୀ ପ୍ରଦାନ କରିଥିଲେ। ୯୦ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟ ସୁଚାରରୂପେ ତୁଲାଇ ଥିବା ୧୩ ଜଣ ପୋଲିସ କର୍ମଚାରୀ ଅଧିକାରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ସମେତ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *