• Sat. Apr 18th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାତୀ ଛୁଆର ଏକୋଇଶିଆ ପାଳନ କଲେ ଗୁରଙ୍ଗ

Bymamatanews

Apr 2, 2025
Spread the love

ହାତୀ ଛୁଆଁ ପାଇଁ ଗାଁ ଲୋକ ପାଳନ କରିଛନ୍ତି ଏକୋଇଶିଆ।ପରିବାରରେ ପିଲାଟିଏ ଜନ୍ମ ହେଲେ ଲୋକମାନେ ତାହାର ନାମକରଣ କରିବା ସହିତ ଏକୋଇଶିଆ ପାଳନ କରିଥା’ନ୍ତି। କିନ୍ତୁ ଗୁରଙ୍ଗ ଗାଁରେ ହାତୀ ଛୁଆ ପାଇଁ ଏକୋଇଶିଆ ପାଳନ ହୋଇଥିବା ଦେଖିବାକୁ ମିଳିଛି। ଜଙ୍ଗଲ ସୁରକ୍ଷା ଦିଗରେ ଏହି ଗାଁ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଛି। ଆଜି ଗ୍ରାମବାସୀଙ୍କ ବନ୍ୟପ୍ରାଣୀଙ୍କ ପ୍ରତି ଭଲପାଇବାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଅନୁଗୋଳ ବନାଞ୍ଚଳ ଗୁରଙ୍ଗ ଗ୍ରାମର ଲୋକ ମାନେ ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି। ଯାହାଫଳରେ ଗାଁକୁ ଲାଗିଥିବା ଜଙ୍ଗଲରେ ଥିବା ବଡ଼ ବଡ଼ ଗଛ ଜଙ୍ଗଲରେ ପରିଣତ ହୋଇଛି। ଆଉ ଏହି ଜଙ୍ଗଲ ମଧ୍ୟ ବନ୍ୟଜନ୍ତୁଙ୍କ ନିର୍ଭୟ ବାସସ୍ଥଳୀ ପାଲଟିଛି। ଗାଁର ଲୋକମାନେ ମିଳିମିଶି ଜଙ୍ଗଲକୁ ସୁରକ୍ଷା ଦେବା ସହିତ ବନ୍ୟଜନ୍ତୁଙ୍କୁ ମଧ୍ୟ ସୁରକ୍ଷା ଦେଇ ଆସୁଛନ୍ତି। ଜଙ୍ଗଲରେ ରହୁଥିବା ସରୀସୃପ ଓ ବନ୍ୟଜନ୍ତୁ ସୁରକ୍ଷାରେ ରହୁଛନ୍ତି।ଜଙ୍ଗଲରେ ଆଜିକୁ ୨୧ ଦିନ ହେବ ଏକ ହାତୀ ଛୁଆ ଜନ୍ମ କରିଥିବା ବେଳେ ଏହି ଖବର ଶୁଣି ଗୁରଙ୍ଗ ଗାଁର ଲୋକମାନେ ଖୁସି ଅନୁଭବ କରିଥିଲେ ଏବଂ ହାତୀ ଛୁଆର ଏକୋଇଶିଆ ପାଳନ ହୋଇଛି।ଗାଁରେ ଭୋଜିଭାତର ଆସର ମଧ୍ୟ ଜମିଛି| ଗ୍ରାମବାସୀ ଏକାଠି ବସି ଭୋଜି ଖାଇ ଖୁସିରେ ମସ୍‌ଗୁଲ ହୋଇଛନ୍ତି । ଏପରିକି ହାତୀଛୁଆର ଦୀର୍ଘ ଜୀବନ କାମନା କରି ସେମାନେ ତ୍ରିନାଥ ମେଳା ଆୟୋଜିତ କରିବା ସହିତ ହୋମଯଜ୍ଞ କରିଥିବା ଜଣାପଡ଼ିଛି। ସେପଟେ ହାତୀ ମଣିଷ ଲଢ଼େଇ ପାଇଁ ଉଭୟଙ୍କ ଜୀବନ ବିପଦରେ ପଡୁଥିବା ବେଳେ ଗୁରଙ୍ଗ ଗାଁର ଲୋକମାନେ ହାତୀ ସୁରକ୍ଷା ପାଇଁ ଏପରି କାର୍ଯ୍ୟକ୍ରମ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *