• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଗୋଲାମୁଣ୍ଡା : ଡବଲ ଇଞ୍ଜିନ ସରକାରଙ୍କ ଡବଲ ବିକାଶ ହେବା କଥା କୁ ଲୋକେ ଭରସା ରଖିଥିବା ବେଳେ ଖଣି ମାଫିଆ ମାନଙ୍କୁ ଅରାଜକତା କୁ ରୋକ୍ ଲଗାଇ ପାରୁ ନଥିବା ଚର୍ଚ୍ଚାର ବିଷୟ ଜୋର ଧରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ପଞ୍ଚାୟତ ଅଧିନସ୍ତ ତୁରେଛଡ଼ା ସ୍ଥିତ ବିଶୁଭରଣି ଜଙ୍ଗଲ ସରକାରୀ ଜାଗାରେ ବେଆଇନ ଭାବେ ଖଣି ଖନନ ଚାଲିଛି । ଏହି ଗ୍ରାମର ବିଜେପି କର୍ମୀ ଶ୍ରୀଯୁକ୍ତ ଶନି ମାଝି ଙ୍କ ଦଲାଲ କ୍ରମେ ଖଣି ମାଫିଆ ମାନେ ରାତି ଅଧିଆ ୭ ରୁ ୮ ଦିନ ହେବ ଚେନ ଲଗା ପୋକଳିନ ମାଧ୍ୟମରେ ଖନନ କରି ପିକପ ଯୋଗେ ନେବାର ଦେଖି ଗ୍ରାମ ବାସୀ ଉଚ୍ଚ ପଦାଧିକାରୀ ଙ୍କୁ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଧର୍ମଗଡ ଉପଜିଲ୍ଲାପାଳ,ଖଣି ଅଧିକାରୀ,ଧର୍ମଗଡ ଏସଡିପିଓ,ଗୋଲାମୁଣ୍ଡା ତହସିଲଦାର,କେଗାଁ ଆଇଆଇସି ସହ ପୋଲିସ ଟିମ, ଚପ୍ରିଆ ଆରଆଇ ପ୍ରମୁଖ ଉପସ୍ଥିତି ରହି ତଦନ୍ତ କରିଥିଲେ । ସାମ୍ପୂଲ୍ ପାଇଁ କିଛି ଅଂଶ ନେଇ ଖନନ କୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଆଗକୁ ଧର୍ମଗଡ ଉପଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ଅପେକ୍ଷାରେ ଗ୍ରାମବାସୀ ବୃନ୍ଦ ।
ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ

Leave a Reply

Your email address will not be published. Required fields are marked *