• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସ୍ଵର୍ଗତଃ ଡ଼ଃ ଦେବେନ୍ଦ୍ର ମାର୍ଗ ନାମରେ ନାମିତ ହେଲା ନନ୍ଦପୁର ପଞ୍ଚାୟତର ରାସ୍ତା

Bymamatanews

Apr 3, 2025
Spread the love


ଅନୁଗୁଳ : ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତର ରାସ୍ତା ଉଦଘାଟିତ ହୋଇ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ନାମରେ ଦେବେନ୍ଦ୍ର ମାର୍ଗ ଭାବେ ଲୋକାର୍ପିତ ହୋଇଛି।ନନ୍ଦପୁର ପଂଚାୟତ ର ମୁଖ୍ୟ ରାସ୍ତାରୁ ମାଧପୁର ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ୭୦ବର୍ଷ ଧରି ହୋଇ ପାରୁନଥିଲା।

ରାଜ୍ୟରେ ବିଜେପି ସରକାର ଆସିବା ପରେ ଉକ୍ତ ରାସ୍ତା କାର୍ଯ୍ୟ ଯୁଦ୍ଧ କାଳୀନ ଭିତିରେ ସମ୍ପୂର୍ଣ ହୋଇ ଆଜି ଉଦଘାଟିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସାଂସଦ ଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଉପସ୍ଥିତ ରହି ଉକ୍ତ ରାସ୍ତାକୁ ଉଦଘାଟନ କରିଥିଲେ। ଏବଂ ଏହି ରାସ୍ତାକୁ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ନାମରେ ଦେବେନ୍ଦ୍ର ମାର୍ଗ ନାମରେ ନାମିତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ନେତା ସରୋଜ ଜେନା, ସରପଞ୍ଚ ଜଗବନ୍ଧୁ ସାହୁ ସମିତି ସଦସ୍ୟା ସୀତା ନାୟକ ,ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *