ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ସନ୍ତ୍ରୀ ପଞ୍ଚାୟତରେ ଗଢି ଉଠିଥିବା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ଲାଷ୍ଟିକ ଫ୍ରି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସୂଚନା ଅନୁଜାଇ ଏପ୍ରିଲ ୩ ତାରିଖ ରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ସଚେତନତା କାର୍ଯ୍ୟକ୍ରମ ରେ ପେଣ୍ଟିଂ, ଡେକ ରେଟିଭି, କ୍ରାଫ୍ଟ, ୱାର୍କର୍ସପ୍, ଆୱାର ନେସ୍ ରାଲି ସହ ସବୁଜ ସପଥ ପାଠ କରାଯାଇଥିଲା।















ଶନିବାର ତୃତୀୟ ଦିନ ବିଦ୍ୟାଳୟ ରେ ଏକ ଏକଜି ବେସନ, ଏବଂ ପ୍ଲାଷ୍ଟିକ୍ ଫ୍ରି ସଚେତନତା ବୈଠକ ଅନୁଷ୍ଠିତ ପରେ ବିଦ୍ଯାଳୟ ର ଅଧ୍ୟକ୍ଷ ଦୀପକ କୁମାର ନାୟକ ତତ୍ଵାବଧାନରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏଥିରେ ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା ୟୁଥ୍ ଏଣ୍ଡ ୟୁକୋ କ୍ଲବ ର ଅଧିକାରୀ ହରେକୃଷ୍ଣ ସାହୁ ପରିଚାଳନା କରୁଥିବା ବେଳେ ଶ୍ରୀମତୀ ସୁନିତା ଚାନ୍ଦ, ସୁମନ୍ତ ସାହୁ, ଅଭିଷେକ ପଥି, କାର୍ତିକ ଚନ୍ଦ୍ର ସାହୁ, ସନାତନ ପରିଡା, ଅଜିତ୍ ଗୋପ୍, ସୁଜାତା ଗଡ଼ ନାୟକ୍, ସହଯୋଗ କରିଥିଲେ। ପରିଶେଷରେ ଅନନ୍ତ କୁମାର ଛନ୍ଦା ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।
