ଛବି ମଳିନ ପାଇଁ ପୋଲିସ ର କାର୍ଯ୍ୟଶୈଳୀ କୁ ଦାୟୀ କଲେ ଯୁବକ
ଅନୁଗୋଳ ଜିଲ୍ଲା ର ହୁଲୁରୁସିଂହା ଅଞ୍ଚଳର ଏକ ସାମାଜିକ ସଂଗଠନର ସଭାପତି ଘନଶ୍ୟାମ ମାଣ୍ଡୋଠିଆ ଜାତିଆଣ, ଦୁଷ୍କର୍ମ ମାମଲାରେ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି ନ୍ୟାୟ ଅଧିକାରୀ । ୨୦୨୧ ମସିହା ନଭେମ୍ବର ମାସରେ ଜଣେ ଯୁବତୀ ଜମିବାଡ଼ିକୁ କେନ୍ଦ୍ର କରି ଘନଶ୍ୟାମଙ୍କ ନାମରେ ଅନୁଗୁଳ ଥାନାରେ ଜାତିଆଣ ଓ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଅଭିଯୋଗ ମିଥ୍ୟା ବୋଲି ସେ କହିବା ସହ କିଛି ପ୍ରମାଣ ଦେଇଥିଲେ ବି ବିନା ତଦନ୍ତରେ ପୁଲିସ ଅଭିଯୋଗ କୁ ଭିତି କରି ଘନଶ୍ୟାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନୁଗୁଳ ଅତିରିକ୍ତ ଦୌରାଜଜ୍ ରଞ୍ଜିତା ଯୋଶୀ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଘନଶ୍ୟାମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଘନଶ୍ୟାମଙ୍କ ପକ୍ଷରୁ ଆଇନଜୀବୀ ଅର୍ଜୁନ କୁମାର ମୁଦୁଲି ଓ ପ୍ରମୋଦ ପ୍ରଧାନ ମାମଲାକୁ ପରିଚାଳନା କରିଥିଲେ । ଘନଶ୍ୟାମ ନାଲକୋ କାଣ୍ଡସରସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟମାନଙ୍କ କଥାରେ ପରିଚାଳିତ ହୋଇ ମହିଳା ଜଣକ ଘନଶ୍ୟାମଙ୍କ ନାଁରେ ମିଥ୍ୟା ଅଭିଯୋଗ କରିଥିଲେ ଓ ସେତେବେଳେ ଥାନାରେ ଥିବା ପୋଲିସ ଅଧିକାରୀ ସମାଜରେ ତାଙ୍କ ଛବି ମଳିନ କରିବାରେ ପ୍ରୟାସ କରିଥିବା ଅଭିଯୋଗ କରିଥିଲେ। । ଆଇନଜୀବୀ ରଞ୍ଜିତ କୁମାର ପାତ୍ର, ଆଇନଜୀବୀ ସୁଜିତ କୁମାର ସାହୁ,
ସମାଜସେବୀ ପର୍ଶୁରାମ ଦାସ
ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

 
                                