ନାବାଳକ ସମେତ ଚାରି ଅଭିଯୁକ୍ତ ଗିରଫ
ଅନୁଗୋଳ ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ, ସେଥିମଧ୍ୟରେ ଜଣେ ନା ବାଳକ ରହିଛି। ସୂଚନା ଯେ, ସରଧାପୁର ଗାଁ ମୁଣ୍ଡରେ କିଛି ଡକାୟତ ବସି ଡକାୟତି ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସଦର ପୋଲିସ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ସଦଳବଳେ ସେଠାରେ ଚଢ଼ାଉ କରିଥିଲା । ପୋଲିସ କୁ ଦେଖି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କାବୁ କରି ନେଇଥିଲା ।୪ ଜଣ ଙ୍କ ମଧ୍ୟରେ ଜଣେ ନା ବାଳକ ରହିଛି। ପଚରାଉଚରା ବେଳେ ସେମାନେ କରଡ଼ାଗାଡ଼ିଆ ଠାରେ ଥିବା ଏକ ପେଟ୍ରୋଲ ପମ୍ପ ଲୁଟ କରିବାକୁ ଯୋଜନା କରୁଥିବା ମାନି ଯାଇଥିଲେ । ଏଥିପାଇଁ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଶାସିଙ୍ଗା ଗାଁର ପୁରୁଷୋତ୍ତମ ଭୁତିଆ ଓରଫ୍ ଟୋପା ନାମରେ ୨୨ ରୁ ଅଧିକ ଚୋରି , ରାହାଯାନୀ , ଡକାୟତି ଆଦି ମାମଲା ଥିବା ବେଳେ ପୁରୁଣାଗଡ଼ ଗାଁର ଅନିଲ ବେହେରା ନାମରେ ୧୯ ଟି ମାମଲା ରହିଛି । ସେହିଭଳି ତଳଗଡ଼ ଗାଁର ସୁରେନ୍ଦ୍ର ନାଏକ ଏବଂ ନାବାଳକ ନାଁରେ ପୂର୍ବରୁ ୬-୭ ଟି ଚୋରି , ଡକାୟତି ,ରାହାଯାନୀ ଭଳି ମାମଲା ରହିଛି । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଏକ କାର , ତିନୋଟି ଖଣ୍ଡା ସମେତ ଛୋଟ ମୋଟ ମାରଣାସ୍ତ୍ର , ୬ ଟି ମୋବାଇଲ ଓ ମଦ ବୋତଲ ଜବତ କରିଛି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ଦେଇଛନ୍ତି ।

 
                                