• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

Bymamatanews

Apr 6, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ନେଇ ପୋଲିସ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ର ସୂଚନା ମୁତାବକ ଯୁବକ ଜଣଙ୍କ ହେଲେ ଗଡସନ୍ତ୍ରୀ ଗ୍ରାମ ର ଦୋଳଗୋବିନ୍ଦ ମାଝୀ ଙ୍କ ୨୫ ବର୍ଷୀୟ ପୁଅ ବିକ୍ରମ ସେନ୍ ମାଝୀ। ବିକ୍ରମ ଓ ନାବାଳିକା ମଧ୍ୟରେ କିଛି ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହି ପ୍ରେମ ସମ୍ପର୍କକୁ ନେଇ ବିବାହ ଝିଅ ପକ୍ଷରୁ ରାଜି ନଥିଲେ। ଗତ ୨୮ ଫେବୃୟାରୀ ୨୦୨୫ ତାରିଖ ଦିନ ବିକ୍ରମ ଝିଅକୁ ଦେଖା କରିବାକୁ କହି ଡକାଇ ଥିଲା। ସେଠାରୁ ବିକ୍ରମ ଝିଅ କୁ ଅପହରଣ କରି ନେଇ ଫେରାର ହୋଇଯାଇଥିଲା। ଝିଅର ପରିବାର ଲୋକେ ଝିଅ ଅପହରଣ ହୋଇଥିବା ଖବର ଜାଣି ବଅଁରପାଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ସବଇନ୍ସପେକ୍ଟର ଅର୍ଚନା ନାୟକ ତଦନ୍ତ ଆରମ୍ଭ କରିଥିଲେ। ୫ ଏପ୍ରିଲ ରେ ପୋଲିସ କଣ୍ଟାବଣିଆ ଥାନା ଅସନବଣୀ ଗ୍ରାମରେ ପୁଅ ଝିଅ ଥିବା ନେଇ ଚଢ଼ାଉ କରିଥିଲେ। ତେବେ ସେଠାରୁ ବିକ୍ରମ ନଥିବା ବେଳେ ଝିଅ କୁ ହେପାଜତକୁ ଆଣିଥିଲେ। ତେବେ ପୋଲିସ ର ସେହି ଅଞ୍ଚଳରେ ବାରମ୍ବାର ଚଢାଉ ପରେ ରବିବାର ସକାଳ ସମୟରେ ବିକ୍ରମ କୁ ଗିରଫ କରିଥିଲେ। ପୋଲିସ ପକ୍ଷରୁ ବିକ୍ରମ ନାମରେ ପୋସ୍କୋ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛନ୍ତି

Leave a Reply

Your email address will not be published. Required fields are marked *