• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ରେ ବିଜେପି ପ୍ରତିଷ୍ଠା ଦିବସ

Bymamatanews

Apr 6, 2025
Spread the love


ଅନୁଗୁଳ (୦୬/୦୪/୨୦୨୫) : ବିଜେପି ର ୪୬ ତମ ପ୍ରତିଷ୍ଠା ଦିବସ ଏପ୍ରିଲ ୬ତାରିଖ ଅନୁଗୁଳ ଜିଲ୍ଲାର ବିଭିନ୍ନ ମଣ୍ଡଳ ଓ ବୁଥ ରେ ପାଳିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଉପସ୍ଥିତ ରହି ବିଜେପି ପତାକା ଉତ୍ତୋଳନ କରିଥିଲେ।

ବିଜେପି ୧୯୮୦ମସିହାରେ ପ୍ରତିଷ୍ଠା ଲାଭ କରିଥିବା ବେଳେ ଆଜି ୪୬ ବର୍ଷରେ ପହଁଚିଛି। ଦେଶରେ ୧୮କୋଟି ଲୋକ ବିଜେପି ର ସଦସ୍ୟତା ଗ୍ରହଣ କରିଛନ୍ତି। ବିଶ୍ୱର ସର୍ବବୃହତ ପାର୍ଟି ଭାବେ ବିଜେପି ପରିଗଣିତ ହୋଇଛି ବୋଲି ସେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ,
ଜିଲ୍ଲା ଉପ ସଭାନେତ୍ରୀ ସୁଜାତା ଦାସ,ସମ୍ପାଦିକା ନମିତା ଦଳବେହେରା,ଅନୁଗୋଳ ବିଧାନସଭା ସଂଯୋଜକ ଦିଲ୍ଲୀପ ଦାସ,ଅନୁଗୋଳ ନଗର ମଣ୍ଡଳ ସଭାପତି ପଵନ୍ ମାଣ୍ଡୋଟିଆ, ବନ୍ତଳା ମଣ୍ଡଳ ସଭାପତି କାହୁଁ ଚରଣ ପ୍ରଧାନ,ବଡକେରା ମଣ୍ଡଳ ସଭାପତି ସୁଲଭ ଦେହୁରୀ, ମହିଧର୍ପୁର ମଣ୍ଡଳ ସଭାପତି ରାଧାକାନ୍ତ ଭାଇ,ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକ୍,ପୂର୍ବତନ ମଣ୍ଡଳ ସଭାପତି ଧୁବେଇ ସାହୁ,ଜିଲ୍ଲା ଓବିସୀ ମୋର୍ଚ୍ଚା ସମ୍ପାଦକ ହରେକୃଷ୍ଣ ପ୍ରଧାନ,ମହିଳା ନେତ୍ରୀ ସ୍ମିତା ପଟ୍ଟନାୟକ,ବରିଷ୍ଠ ଓକିଲ ପ୍ରଦ୍ୟୁମ୍ନ ନାୟକ ,ବରିଷ୍ଠ ନେତା ବସନ୍ତ କୁମାର ଦାସ,ଜିତେନ୍ଦ୍ର କୁମାର ସାହୁ ,ଚିତ ରଞ୍ଜନ ସାମନ୍ତ, ସୁବାସ ଜେନା,ଅର୍ଜୁନ ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *