• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମୋର୍ଣିଙ୍ଗ ୱାର୍କରେ ରାସ୍ତାରୁ ବୋହିନେଲେ ଜମଦୂତ ଟ୍ରକ

Bymamatanews

Apr 10, 2025
Spread the love

ଘରୁ ବାହାରିଲେ ସାବଧାନ ରାସ୍ତାରେ ଜଗିଛନ୍ତି ଟ୍ରକ୍ ରୂପୀ ଜମଦୂତ। ଚମ୍ପୁଆ ଥାନା ଅନ୍ତର୍ଗତ ରେ ଆଜି ଭୋର୍ ସମୟରେ ଜଣେ ବ୍ୟକ୍ତି ମର୍ଣିଙ୍ଗ ୱାର୍କ ରେ ବାହାରି ଥିବା ବେଳେ ଟ୍ରକ୍ ରୂପୀ ଜମଦୂତ ହାବୁଡ଼ରେପଡ଼ି ମୃତ୍ୟୁ ବରଣ କରିଛନ୍ତି, ଏହିଭଳି ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ l ସୂଚନା ଅନୁଯାୟୀ ସକାଳୁ ଚମ୍ପୁଆ ବସ ଷ୍ଟାଣ୍ଡ ନିକଟରେ ଘଟିଛି ଘଟଣା ଏହିଭଳି ଏକ ମର୍ମନ୍ଦୂନ୍ତ ଦୁର୍ଘଟଣା lମୣତକ ଜଣକ ହେଉଛନ୍ତି ଚମ୍ପୁଆ ITDA ର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ମହାନ୍ତ ।ସେ ସକାଳୁ ଘରୁ ମର୍ନିଙ୍ଗ ଓ୍ବାର୍କରେ ବାହାରି ଥିଲେ ଘର ନିକଟରୁ ମାତ୍ର କେଇ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଘଟଣା ସ୍ଥଳରୁ ଫେରାର ହେlଇଯାଇଛି l ଖବର ପାଇ ପେlଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ଚମ୍ପୁଆ ପୋଲିସ୍।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *