ଜଗତସିଂହପୁର ଜ଼ିଲ୍ଲା ଏରସମା ବ୍ଲକ ନାରଦିଆ ପଞ୍ଚାୟତ ରେ ଯାହା ପଚିଶି ବର୍ଷ ଭିତରେ ସମ୍ଭବ ହୋଇନଥିଲା ତାହା ଚଳିତ ରବି ଋତୁରେ ସରପଞ୍ଚ ଙ୍କ ଉଦ୍ୟମ ରେ ସଫଳ ରୂପାୟନ ହୋଇଛି | ଏଥିନେଇ ପଞ୍ଚାୟତବାସି ଙ୍କ ଆନନ୍ଦ କହିଲେ ନ ସରେ | ହଁ ଦର୍ଶକବନ୍ଧୁ |ଏମିତି ଏକ ଅଦ୍ଭୁତ ପୂର୍ବ ସଫଳତା ପାଇଛନ୍ତି ଏରସମା ବ୍ଲକ ନାରଦିଆ ପଞ୍ଚାୟତ ବାସି | ଚଳିତ ବର୍ଷ ଏରସମା ବ୍ଲକ କୃଷି ବିଭାଗ ପକ୍ଷରୁ ରବି ଚାଷ ନିମନ୍ତେ ନାରଦିଆ ପଞ୍ଚାୟତ କୁ ୬ କ୍ଯୁଣ୍ଟାଲ ଉନ୍ନତ ମାନର ମୁଗ ବିହନ ଯୋଗାଇଦିଆଯାଇଥିଲା | ସରପଞ୍ଚ ଙ୍କ ତତ୍ୱାବଧାନ ରେ ନାରଦିଆ ପଞ୍ଚାୟତ ର ୧୫୦ଜଣ ଚାଷୀ ନାମ ପଞ୍ଚିକରଣ କରି ଥିଲେ |ପ୍ରତ୍ୟେକ ଚାଷୀଙ୍କୁ ଚାରି କେଜି ପ୍ୟାକେଟ ମୁଗ ବିହନ ଯୋଗାଇ ଦିଆଯାଇଥିଲା |ସହ ସହ ଚାଷୀ କ୍ଷେତରେ ମୁଗଚାଷ କରି ଅନେକ ଲାଭବାନ ହୋଇଛନ୍ତି |ଯାହା ପଚିଶି ବର୍ଷ ଭିତରେ କେବେ ସମ୍ଭବ ହୋଇନଥିଲା କି ଚାଷୀଙ୍କୁ ସରକାର ପ୍ରତିବର୍ଷ ମାଗଣା ରେ ରବି ଚାଷ ନିମନ୍ତେ ଉନ୍ନତ ମାନର ମୁଗ, ବିରି ବିହନ ଯୋଗାଇ ଦିଅନ୍ତି ଏ କଥା କୌଣସି ଚାଷୀ ଜାଣିନଥିଲେ | ଚଳିତ ବର୍ଷ ସରପଞ୍ଚ, କୃଷକ ସାଥି, ପଞ୍ଚାୟତ କୃଷି ଅଧିକାରୀ ଙ୍କ ସହଯୋଗ ରେ ଶତାଧିକ ଚାଷୀ ରବି ଚାଷ କରିବାରୁ ହଜାର ହଜାର ଚାଷୀଙ୍କ ର ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଛି | ଚାଷୀ ମାନେ ସରପଞ୍ଚ ଙ୍କ କାର୍ଯ୍ୟକଳାପ କୁ ତାରିଫ କରିଥିବା ବେଳେ ବିରୋଧି ହିର୍ଷାନ୍ୱିତ ହୋଇ ସରପଞ୍ଚ ଙ୍କ ବିରୋଧ ରେ ଅପନିନ୍ଦା ପ୍ରଚାରକରୁଥିବା ର ସୂଚନା ପାଇଁ ଚାଷୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିରୋଧି ଙ୍କୁ କଟୁ ସମାଲୋଚନା କରିଛନ୍ତି | ଏଥିନେଇ ନାରଦିଅ ପଞ୍ଚାୟତ କାର୍ଯ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇ ସରପଞ୍ଚ ଙ୍କ କାର୍ଯ୍ୟ କଳାପ ଙ୍କୁ ଭୁୟସୀ ପ୍ରଶଂସା କରାଯାଇଥିବା ବେଳେ ବିରୋଧି ଙ୍କୁ କାଟୁସମାଲୋଚନା କରାଯାଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
