• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଭିନ୍ନକ୍ଷମ ଗୁରୁ

Bymamatanews

Apr 11, 2025
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 4854; AI_Scene: (-1, -1); aec_lux: 380.07217; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 45;
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ନିକଟ ନୂଆହତା ପଞ୍ଚାୟତ ରେ ଜଣେ ଭିନ୍ନକ୍ଷମ ଗୁରୁ ଆଜି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଯାଇଛି। ନିଜେ ଜନ୍ମ ରୁ ଭିନ୍ନକ୍ଷମ ହୋଇ ମଧ୍ୟ ସମାଜରେ କିପରି ଉନ୍ନତ ଛାତ୍ରଛାତ୍ରୀ ଗଢି ତୋଳିବା ତାଙ୍କର୍ ନିଶା। ନୂଆହତା ପଞ୍ଚାୟତ ର ବାଲିସାହି ନିବାସୀ ଡମ୍ବୁରୁଧର ସାମଲଙ୍କ ପୁଅ ସୁଶାନ୍ତ ସାମଲ। ଏହି ସମ୍ବର୍ଦ୍ଧନା ସଭା ରେ ବଅଁରପାଳ ବିଜେପି ମଣ୍ଡଳ ସଭାପତି ପ୍ରତ୍ୟୁଷ ରଞ୍ଜନ ପଣ୍ଡା (କିଟୁ) ଯୋଗଦାନ କରିଥିଲେ।

ସେ ପ୍ରାୟ ୨୨ ବର୍ଷ ହେବ ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ଦେବା ତଥା ବୃତ୍ତି ପରୀକ୍ଷା ପାଇଁ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ମାର୍ଗଦର୍ଶକ ପାଲଟିଛନ୍ତି। ପ୍ରତ୍ୟେକ ବର୍ଷ ତାଙ୍କରି ପାଖରୁ ପ୍ରାୟ ୯-୧୦ ଜଣ ନବୋଦୟ ପାଇଁ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥାନ୍ତି। ଏହି ବର୍ଷ ପ୍ରାୟ ୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ଛାତ୍ର ୯୭ ପ୍ରତିଶତ ନମ୍ଵର୍ ରଖି ନବୋଦୟ ପାଇଁ ଉତ୍ତିର୍ଣ୍ଣ ହୋଇଛନ୍ତି। ଏହି ଛାତ୍ରଛାତ୍ରୀ ଓ ତାଙ୍କର ଅଭିଭାବକ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ କରିଥିଲେ।

Leave a Reply

Your email address will not be published. Required fields are marked *