ଅନୁଗୋଳ ସ୍ଥିତ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଦୁଇ ଦିନିଆ ପ୍ଲାଟିନମ୍ ଜୁବୁଲି ଉତ୍ସବ ଆଜି ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି,ଉଚ୍ଚଶିକ୍ଷା, କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଦୁଇ ଦିନିଆ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ବକ୍ତା ଏବଂ ଅନୁଗୋଳ, ଛେଣ୍ଡିପଦା, ପାଲଲହଡ଼ା ବିଧାୟକଙ୍କ ସହ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର କାର୍ଯ୍ୟନିର୍ବାହୀ ନିର୍ଦେଶକ ପଙ୍କଜ ମଲାଜହ୍ନ, ଅନୁଗୋଳ ଜିଲ୍ଳାପାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହା ବିଦ୍ୟାଳୟର ଐତିହ୍ୟ ଉପରେ ଆଲୋକପାତ କରିବା ସହ ଦେଶ ନିର୍ମାଣରେ ଅନୁଷ୍ଠାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ଏହା ସହ ମହା ବିଦ୍ୟାଳୟର ସମସ୍ୟା ସମାଧନ ଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ ।ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅଟିଥିରୁପେ ଯୋଗ ଦେଇଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର କାର୍ଯ୍ୟନିର୍ବାହୀ ନିର୍ଦେଶକ ମହାବିଦ୍ୟାଳୟର ଉନ୍ନତି କଳ୍ପେ ଅନେକ ପଦକ୍ଷେପ କମ୍ପାନୀ ତରଫରୁ ନିଆଯାଇଥିବା ସୂଚନା ଦେଇଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଦ୍ରୌପଦୀ ପଟେଲ ମହାବିଦ୍ୟାଳୟର ସମସ୍ୟା ସମାଧାନ ଦିଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
