• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସିକ୍ୟୁରିଟ ଇନଚାର୍ଜକୁ ଆକ୍ରମଣ ଅଭିଯୋଗରେ ତିନି ଗିରଫ

Bymamatanews

Apr 11, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଳରାମପ୍ରସାଦ କେନ୍ଦୁଢିପ ସାହିରେ ଭଡାରେ ରହୁଥିବା ଅଭୟ ନାଏକ ନାମକ ଜଣେ ବ୍ୟକ୍ତି ବଅଁରପାଳ ଥାନାରେ ଏପ୍ରିଲ ୬ତାରିଖ ଦିନ ଆକ୍ରମଣ ଶିକାର ହୋଇଥିବା ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁସାରେ I.A.T.S PVT. LTD କମ୍ପାନୀ ର ଲେବର କଲୋନୀରେ ସିକ୍ୟୁରିଟ ଇନଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଏପ୍ରିଲ ୩ତାରିଖ ଦିନ ଡ୍ୟୁଟି ରେ ଥିବା ବେଳେ ୫ ଜଣ ବ୍ୟକ୍ତି ସ୍କୁଟି ଓ ବାଇକରେ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ବାଡି ଓ ଲୁହା ପାଇପ୍ ଦ୍ଵାରା ପିଟି ଲହୁ ଲୁହାଣ କରି ଦେଇଥିଲେ। ଦୁଇ ଜଣ ବ୍ୟକ୍ତି ମାରିଦେବା ଉଦ୍ଦେଶ୍ୟରେ କଟୁରି ଓ ଟାଙ୍ଗିଆ ଧରି ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ଅଭୟ ଚିକ୍ତାର କରିବାରୁ ସେମାନେ ପଳେଇ ଯାଇଥିଲେ। ପରେ ଅଭୟଙ୍କୁ ସ୍ଥାନୀୟ ଲୋକ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ହୋଇ ଏନେଇ ଅଭୟ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଆଜି ତିନି ଜଣଙ୍କୁ ଗିରଫ କରିଛି। ନବୀନା ନାଏକ, ଭୋଗବେରେଣି, ହିମାଂଶୁ ନାଏକ , ପାଣିଓଳା ଗ୍ରାମର ହୋଇଥିବା ବେଳେ ଖଲାରୀ ଗ୍ରାମର ସୁବ୍ରତ ନାଥଙ୍କୁ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *