• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବରିଷ୍ଟ ନାଗରିକ ଫୋରମ ପକ୍ଷରୁ ଶୋକସଭା ଅନୁଷ୍ଠିତ

Bymamatanews

Apr 13, 2025
Spread the love


ଜଗତସିଂହପୁର ଜ଼ିଲ୍ଲା ର ବରପୁତ୍ର ତଥା ରାଜ୍ୟପାଳ ଙ୍କ ଦ୍ୱାରା ପୁରସ୍କୃତ ସୁନାମଧନ୍ୟ ଫଟୋ ଗ୍ରାଫର ସ୍ବର୍ଗତ ପଞ୍ଚାନନ ପ୍ରଧାନ ଙ୍କ ପରଲୋକ ରେ ସ୍ଥାନୀୟ ଚର୍ଚ୍ଚିକା ବଜାର ସ୍ଥିତ ମା ଚର୍ଚ୍ଚିକେୟୀ ମନ୍ଦିର ପ୍ରାଙ୍ଗଣ ରେ ଜଗତସିଂହପୁର ଜ଼ିଲ୍ଲା ବରିଷ୍ଟ ନାଗରିକ ଫୋରମ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି |

ପୂର୍ବତନ ପୌର ପରିଷଦ ଅଧକ୍ଷ୍ୟ ମଧୁସୂଦନ ସାହୁ ଙ୍କ ସଭାପତିତ୍ୱ ରେ ଫୋରମ ର ସାଧାରଣ ସମ୍ପାଦକ ବସନ୍ତ କୁମାର ରାଉତ, କୃଷ୍ଣ ଚନ୍ଦ୍ର ରାଉତ, ରମାକାନ୍ତ ଚୌଧୁରୀ, ଦେବୀପ୍ରସନ୍ନ ମହାନ୍ତି, ସୁବାଷ ବେହେରା, ବ୍ରହ୍ମାନନ୍ଦ ଶତପଥୀ, ଅଭୟ କୁମାର ଦାସ, ବୈକୁଣ୍ଠ ଚରଣ ଓଝା, ସୋମନାଥ ସାହୁ ନିମାଇଁ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଞ୍ଚାନନ ପ୍ରଧାନ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମିନିଟ ନିରବ ପ୍ରାଥନା କରିବା ସହିତ ସ୍ବର୍ଗତ ପଞ୍ଚାନନ ପ୍ରଧାନ ଙ୍କ ବହୁମୁଖୀ ପ୍ରତିଭା, ସମାଜ ରେ ସଂସ୍କରମୂଳକ କାର୍ଯ୍ୟ ଏବଂ ଲୋକ ପ୍ରିୟତା ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ଶେଷରେ ଫୋରମ ସଦସ୍ୟ ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *