• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୨୦ କିଲୋ ଗଞ୍ଜେଇ ସହ ଗାଡ଼ି ଜବତ, ୩ ଗିରଫ

Bymamatanews

Apr 16, 2025
Spread the love

ଅନୁଗୋଳ ସଦର ଥାନା ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଅନୁଗୋଳ – ଛେଣ୍ଡିପଦା ରାଜ୍ୟ ରାଜପଥର ମଝିକା ନିକଟରେ ଚଢ଼ଉ କରି ଗଞ୍ଜେଇ ବୋଝେଇ ଏକ ବୋଲେରୋ ଜବତ କରାଯାଇଛି । ଯାଞ୍ଚ ବେଳେ ପ୍ରାୟ ୨୦ କିଲୋ ଗଞ୍ଜେଇ ମିଳିଛି। ଏଥିସହିତ ଚୋରା ଗଞ୍ଜେଇ କାରବାରରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଛେଣ୍ଡିପଦା ଥାନା ଟେଣ୍ଟୁଲୋଇ ଗ୍ରାମର ଅନୀଲ୍ ପ୍ରଧାନ ଓ ୨ ଜଣ ବିହାରୀ ବେପାରୀ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ମୁତାବକ, ୨ ବିହାରୀ ଗଞ୍ଜେଇ ବେପାରୀ ଆଜି ଟେଣ୍ଟୁଲୋଇ ଗ୍ରାମରେ ପହଞ୍ଚିଥିଲେ । ଯୋଜନା ଅନୁସାରେ ସ୍ଥାନୀୟ ବେପାରୀ ଅନୀଲ୍‌ଙ୍କ ଠାରୁ ଗଞ୍ଜେଇ କିଣି ଫେରୁଥିଲେ । ଅନାଲ୍ ତାଙ୍କୁ ବୋଲେରୋରେ ଅନୁଗୋଳ ଷ୍ଟେସନ୍‌କୁ ଛାଡ଼ିବାକୁ ଆସୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର ଥାନା ପୋଲିସର ଏକ ଟିମ୍ ଚଢ଼ର କରିଥିଲା । ମଝିକା ମନ୍ଦିର ନିକଟରେ ସନ୍ଦିଗ୍ଧ ବୋଲେରୋକୁ କାବୁ କରିବା ସହିତ ଚୋରା ଗଞ୍ଜେଇ ଜବତ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି

Leave a Reply

Your email address will not be published. Required fields are marked *