ସପ୍ତାହ-ବ୍ୟାପୀ କ୍ୟୁଇଜ ପ୍ରତିଯୋଗିତା ଏବଂ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଅଧିବେଶନ ଆୟୋଜିତ
ଅଗ୍ନିଶମ କର୍ମଚାରୀଙ୍କ ସାହସିକତା ଓ ବଳିଦାନକୁ ସମ୍ମାନ ଜଣାଇ ଚାଟା ଷ୍ଟିଲ୍ ମେରାମଣ୍ଡଳ ପକ୍ଷରୁ ଏପ୍ରିଲ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି । ଚିଫ ଶେୟାଡ ସର୍ଭିସେସ ବେଦ ପ୍ରକାଶ ଠାକୁର, ଚିଫ ସେପ୍ଟି ବିଳାସ ଏନ ଗାଏକୱାଡ଼ , ହେଡ୍ ସିକ୍ୟୁରିଟି ଅଭିଷେଜ ଶର୍ମା ଓ ଟାଟା ଷ୍ଟିଲ ଜଳିଙ୍ଗନଗର ଟିଏସକେ ଏବଂ ପ୍ଲାଣ୍ଟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସପ୍ତାହର ଉଦ୍ଘାଟନୀ ସମାରୋହ ଆୟୋଜନ କରାଯାଇଥିଲା ଏହି ସମାରୋହରେ ଅଗ୍ନିଶମ ବାହିନୀର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ସହ ଜେଟ୍ ଫାୟାର, ପୁଲ୍ ଫାୟାର ଏବଂ ଉଚ୍ଚତାରେ ଉଦ୍ଧାର ଅଭିଯାନର ସଫଳ ପରିଚାଳନା ଚାଳନା ଉପରେ ଲାଇଭ ଡେମୋ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଗୁଡ଼ିକ ଅଗ୍ନିଶମ ବାହିନୀର କୌଣସି ବିପଜ୍ଜନକ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ରହିଥିବା ପ୍ରସ୍ତୁତିକୁ ଦର୍ଶାଇଥିଲା । ଅଧିକ ସଚେତନତା ସୃଷ୍ଟି କରିବା ଏବଂ କର୍ମଚାରୀଙ୍କ ସହ ଯୋଗଯୋଗ ବୃଦ୍ଧି କରିବା ପାଇଁ, ସପ୍ତାହ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ।
