• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଜରାସ୍ତାରେ ଅବୈଧ ପାର୍କିଂ ଯୋଗୁ ଦୁର୍ଘଟଣାଘଟି ଜନଜୀବନ ନଷ୍ଟ, ନିଦାବିଷ୍ଣୁ ସାଜିଛି ଆଞ୍ଚଳିକ ପ୍ରଶାସନ।

Bymamatanews

Apr 19, 2025
Spread the love

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରେ ଅବୈଧ ପାର୍କିଂ ଯୋଗୁ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେବାରେ ଲାଗିଛି କିନ୍ତୁ ନିଦାବିଷ୍ଣୁ ସାଜିଛି ଆଞ୍ଚଳିକ ପ୍ରଶାସନ। ଯାହାକି ସୂଚନା ରହିଛି ଦୁଇଜଣ ବ୍ୟକ୍ତି ଗୋଟିଏ ମୋଟରସାଇକେଲ ଯୋଗେ ବଡ଼ବିଲ ରୁ ଭଦ୍ରାସାହି ଅଭିମୁଖେ ଯାଉଥିବା ସମୟରେ ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ନିକଟରେ ଏକ ହାଇୱା ଯାହାର ନମ୍ବର୍ OD 14Z 1022 ଅଟେ ଏକ ମୋଟର ସାଇକେଲ କୁ ପଛପଟରୁ ଧକ୍କା ଦେବାରୁ ଜଣକର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା ଓ ଅନ୍ୟଜଣେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ କୁ ନିଆଯାଇଥିଲା। ଅଭିଯୋଗ ହୁଏକି ରାଜରାସ୍ତାରେ ଅବୈଧ ପାର୍କିଂ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା। ଆଞ୍ଚଳିକ ପ୍ରଶାସନ ଅଧିକାରୀ ଆଉ କେତେ ମୁଣ୍ଡ ଗଡ଼ିଲେ ଏହିଭଳି ଅବୈଧ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ??? ତେବେ ଦୁର୍ଘଟଣା ପରେ ଉକ୍ତସ୍ଥାନରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ କିଛି ସମୟ ପାଇଁ ରାଜରାସ୍ତାରେ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଯାଇଥିଲା। ଘଟଣା ସ୍ଥଳରେ ବଡ଼ବିଲ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମୃତଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣା ସମ୍ପର୍କରେ ତଦନ୍ତ ଜରିରଖିଛି ବଡ଼ବିଲ ପୋଲିସ୍। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ସନ୍ତୋଷ ଦାସ୍ ସେ ବଡ଼ବିଲ ରେ ରହି ଭଦ୍ରାଶାହି ସ୍ଥିତ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ନେଇ ସୂଚନା ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ଅନନ୍ତ ବାରିକ ନାମକ ବ୍ୟକ୍ତି ଆହତ ହୋଇଥିବା ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *