ଲୁହା ପ୍ଲେଟ ଖସିପଡିବାରୁ ୫ ବର୍ଷ ର ଛାତ୍ରୀ ଗୁରୁତ୍ତର
ମଙ୍ଗଳପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ରେ ଅଘଟଣ। ବିଦ୍ୟାଳୟ ରେ ପଠା ପଢା ଚାଲିଥିବା ବେଳେ ସ୍କୁଲ ଘର ନିର୍ମାଣ କାମ ହେଉଥିଲା । ଏହି ନିର୍ମାଣ କାମ ରେ ବ୍ୟବହୃତ ହେଉଥିବା ଏକ ଲୁହା ଫ୍ରେମ ଟି ୭ ବର୍ଷ ର ୨ୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ ମୁଣ୍ଡ ଉପରେ ଖସିପଡ଼ିବାରୁ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥା ରେ ଏହି ଛାତ୍ରୀ ଜଣଙ୍କୁ ଅନୁଗୋଳ ସ୍ଥିତ ଏକ ଘୋରାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ରୀ ଜଣଙ୍କ ହେଲେ କୁସପଙ୍ଗା ଗ୍ରାମ ର ଅନିଲ ବେହେରା ଙ୍କ ଝିଅ ରାଜଲକ୍ଷ୍ମୀ ବେହେରା । ତେବେ ଏଠାରେ ପ୍ରଶ୍ନ ଉଠେ କି ବିଦ୍ୟାଳୟ ଚାଲୁଥିବା ସମୟରେ କିଭଳି ନିର୍ମାଣ କାମ ହେଉଥିଲା ଓ ଯଦି ନିର୍ମାଣ କାର୍ଯ୍ୟ ହେଉଥିଲା ତେବେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାନଯାଇ ଏଭଳି ଖୋଲା ରେ ବିଦ୍ୟାଳୟ ମଧ୍ୟରେ ନିର୍ମାଣ କାର୍ଯ୍ୟ କୁ ଅଭିଭାବକ ମହଲ ରେ ତୀବ୍ର ନିନ୍ଦା କରାଯିବା ସହ ସ୍ଥାନୀୟ ଅସନ୍ତୋଷ ଦେଖା ଦେଇଛି l ଏ ଘଟଣା ବିଷୟରେ ସ୍କୁଲ କତୃପକ୍ଷ ଙ୍କୁ ଯୋଗାଯୋଗ କରିବା କୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନଥିଲା।
