• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଦମ୍ପତି ଫେରାର

Bymamatanews

Apr 19, 2025
Spread the love

ଅଭିଯୋଗ ନେଇ ଥାନା ଦ୍ୱାରସ୍ଥ ହେଲେ ମହିଳା ସଂଘର ମା ମାନେ

ଅନୁଗୋଳ ଜିଲ୍ଲା ବଅଂରପାଳ ବ୍ଲକ ଭୋଗ ବେରଣୀ ପଞ୍ଚାୟତ କୁସୁପଙ୍ଗି ଗ୍ରାମର ପ୍ରାୟ ୪୦ ଜଣ ମହିଳାଙ୍କ ଠାରୁ ସେହି ଗ୍ରାମର ସୁମନ୍ତ ନାଏକ ଏବଂ ତାଙ୍କ ପତ୍ନୀ ଧରିତ୍ରୀ ନାଏକ ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଫେରାର ଥିବା ବଅଂରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଯେ, କୁସୁପଙ୍ଗି ଗ୍ରାମର କିଛି ମହିଳା ସଂଘ ର ମହିଳା ମାନେ ଘରୋଇ ସଂସ୍ଥା ରୁ ଲୋନ ଉଠାଇ , ସେହି ଗ୍ରାମର ସୁମନ୍ତ ନାଏକ ଏବଂ ତାଙ୍କ ପତ୍ନୀ ଧରିତ୍ରୀ ନାଏକଙ୍କୁ ପଇସା ଦେଇଥିଲେ, ଏବଂ ସୁମନ୍ତ ନାଏକ ପଇସା ସୁଝିବା ପାଇଁ କହିଥିଲେ । ହେଲେ ଗତ ୧୬/୦୪/୨୦୨୫ ରିଖ ବୁଧବାର ଘରେ ତାଲା ପକାଇ , ଦମ୍ପତି କେଉଁଆଡ଼େ ଫେରାର ହୋଇ ଯାଇଥିବା ଗ୍ରାମର ମହିଳା ମାନେ ଜାଣିବାକୁ ପାଇଥିଲେ । ତେବେ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଦମ୍ପତିଙ୍କ କୌଣସି ଖୋଜ ଖବର ନ ପାଇବାରୁ ମହିଳା ମାନେ ଗୁରୁବାର ଥାନାରେ ଅଭିଯୋଗ କରିଥିବା ବେଳେ । ଋଣ ପଇସା ନେବା ପାଇଁ ଘରୋଇ ସଂସ୍ଥାର କର୍ମଚାରୀ ଆସି ଗ୍ରାମର ମହିଳା ମାନଙ୍କ ଘରେ ଜଗି ବସିଛନ୍ତି ।

Leave a Reply

Your email address will not be published. Required fields are marked *