• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାବାଳିକାକୁ ବଳାତ୍କାର ଘଟଣା କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

Bymamatanews

Apr 22, 2025
Spread the love

ରାଜ୍ୟରେ ନାବାଳିକା ଓ ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଥିବା ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଗେଇ ଆସିଲେ କଂଗ୍ରେସ ସଦସ୍ୟ

ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ବିରୁଦ୍ଧରେ ଚାର୍ଜସିଟ ୧୫ ଦିନ ମଧ୍ୟରେ ଦାଖଲ କରିବା ସହ ନାବାଳିକା ଦୁଷ୍କର୍ମ କାରୀକୁ କଠୋର ଦଣ୍ଡ ବିଧାନ ଦାବି ସହ ନବଳିକାକୁ ଉପଯୁକ୍ତ ଚିକିତ୍ସାସେବା ଯୋଗାଇଦେବା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ବିଧାୟିକା ସୋଫିଆ ଫିରଦୋଶ, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, କଂଗ୍ରେସର ବରିଷ୍ଠ ନେତ୍ରୀ ସସ୍ମିତା ବେହେରା ପ୍ରମୁଖ ଆଜି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ନାବାଳିକାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।ଏହା ସହ ନାବାଳିକାଙ୍କ ପରିବାର ସଦସ୍ୟଙ୍କ ଠାରୁ ଘଟଣା ବିଷୟରେ ଅବଗତ ହେବା ସହ କିଭଳି ଦୋଷୀ କଠୋର ଦଣ୍ଡ ପାଇବ ସେ ନେଇ ଆଶ୍ବାସନା ଦେଇଥିଲେ ।

ପରିବାର ଲୋକେ ନାବାଳିକାକୁ ଘରଠାରୁ କିଛି ଦୂରରେ ତାଳ ପତ୍ର ଘୋଡାଯାଇଥିବା ତଥା ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୂଚନା ମୁତାବକ ଶନିବାର ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୭ ବର୍ଷ ବୟସର ନାବାଳିକା ଖେଳୁଥିବା ସମୟରେ ନିକଟରେ ବେଆଇନ ମଦ ବିକ୍ରି ହେଉଥ‌ିବା ଏକ ଘରକୁ କିଛି ବାହାର ଅଞ୍ଚଳର ଲୋକ ଆସିଥିଲେ। ପିଲାଟିକୁ କିଛି ସମୟ ପରେ ପରିବାର ଲୋକ ନପାଇ ଖୋଜାଖୋଜି କରିଥିଲେ। ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳବରଡା ପତ୍ର ଘୋଡା ଅବସ୍ଥାରେ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା । ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ପିଲାଟିକୁ ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ସରକାରକୁ ଟାର୍ଗେଟ କରିଥିଲେ ବାରବାଟି-କଟକ ବିଧାୟିକା ।ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଥିଲେ ସୋଫିଆ ଫିରଦୋଶ ।

Leave a Reply

Your email address will not be published. Required fields are marked *