• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ବଅଁରପାଳ ବିଜେପି ପକ୍ଷରୁ ଦୀପଦାନ

Bymamatanews

Apr 23, 2025
Spread the love

କାଶ୍ମୀର ପହଲେଗାଓଁରେ ଆତଙ୍କବାଦୀ ଦ୍ବାରା ହିନ୍ଦୁ ମାନଙ୍କୁ ହତ୍ୟା କରାଯିବା ଘଟଣାର ଦୃଢ ନିନ୍ଦା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବଅଁରପାଳ ବିଜେପି ମଣ୍ଡଳ ସଭାପତିଙ୍କ ନେତୃତ୍ଵରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟକ ମାନଙ୍କୁ କେଉଁ ଧର୍ମର ଓ ସେମନଙ୍କ ନାମ ପଚାରି ତା ମଧ୍ୟରୁ ହିନ୍ଦୁ ମାନଙ୍କୁ ବାଛି ବାଛି ଅତି ଅମାନବୀୟ ଭାବେ ଗୁଳି କରି ହତ୍ୟା କରିବା ଘଟଣା ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଛି ।

ଧର୍ମ ପଚାରି ହତ୍ୟା କରୁଥିବା ଆତଙ୍କବାଦୀ ମାନେ ଗୋଟିଏ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଅଟନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି । ପାକିସ୍ଥାନ ମୁର୍ଦାବାଦ୍ , ହିନ୍ଦୁ ହିନ୍ଦୁ ଭାଇ ଭାଇ ସାଙ୍ଗକୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବୀରେ ଏକ ଶୋଭାଯାତ୍ରା ଶତାଧିକ ଲୋକ ମାନଙ୍କୁ ନେଇ ବଅଁରପାଳ ଥାନା ପାର୍ଶ୍ଵ ତାମଡ଼ା ମାର୍କେଟ ପରିସରରେ ଏହି ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଅଁରପାଳ ପାଞ୍ଚଗଡ଼ ଅଞ୍ଚଳ ବିଭିନ୍ନ ପଞ୍ଚାୟତର ବିଜେପି ମଣ୍ଡଳ ସଭାପତି ପ୍ରତ୍ୟୁଷ ରଞ୍ଜନ ପଣ୍ଡା (କିଟୁ), ସମାଜସେବୀ ଅଶୋକ ଧିର,ମହେନ୍ଦ୍ର ଦଳବେହେରା, ଗୋକୁଳ ନନ୍ଦ ଲେଙ୍କା,
ପ୍ରଭାତ ରଣା, ସାଗର ବିଶ୍ଵାଳ, ଦିବ୍ୟ ରଞ୍ଜନ ସାମଲ, ସୌମ୍ୟରଞ୍ଜନ ବେହେରା, ରାଜେଶ ନାଥ, ଅର୍ଜୁନ ଗଡନାୟକ, ସନ୍ତୋଷ ଭୁତିଆଙ୍କ ସହ ସ୍ଥାନୀୟ ବାସିନ୍ଦା ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *