• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆତଙ୍କବାଦୀ ଦ୍ବାରା ହିନ୍ଦୁ ମାନଙ୍କୁ ହତ୍ୟା ଘଟଣା ବିରୋଧରେ ଶୋଭାଯାତ୍ରା

Bymamatanews

Apr 23, 2025
Spread the love

କାଶ୍ମୀର ପହଲେଗାଓଁରେ ଆତଙ୍କବାଦୀ ଦ୍ବାରା ହିନ୍ଦୁ ମାନଙ୍କୁ ହତ୍ୟା କରାଯିବା ଘଟଣାର ଦୃଢ ନିନ୍ଦା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭାରତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି ଅନୁଗୁଳ ହିନ୍ଦୁ ସୁରକ୍ଷା ମଞ୍ଚ। ପର୍ଯ୍ୟଟକ ମାନଙ୍କୁ କେଉଁ ଧର୍ମର ଓ ସେମନଙ୍କ ନାମ ପଚାରି ତା ମଧ୍ୟରୁ ହିନ୍ଦୁ ମାନଙ୍କୁ ବାଛି ବାଛି ଅତି ଅମାନବୀୟ ଭାବେ ଗୁଳି କରି ହତ୍ୟା କରିବା ଘଟଣା ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଛି ।ଧର୍ମ ପଚାରି ହତ୍ୟା କରୁଥିବା ଆତଙ୍କବାଦୀ ମାନେ ଗୋଟିଏ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଅଟନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି । ଏଣୁ ଏମାନଙ୍କ ଆର୍ଥିକ ବୈକଟ କରାଯିବା ଉଚିତ଼ ବୋଲି ମଞ୍ଚ ହିନ୍ଦୁ ସମାଜକୁ ଆହ୍ବାନ ଦେଇଛି । ପାକିସ୍ଥାନ ମୁର୍ଦାବାଦ୍ , ହିନ୍ଦୁ ହିନ୍ଦୁ ଭାଇ ଭାଇ ସାଙ୍ଗକୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବୀରେ ଏକ ଶୋଭାଯାତ୍ରା ଶତାଧିକ ଲୋକ ମାନଙ୍କୁ ନେଇ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବାହାରି ରାଜା ଛକ ନିକଟରେ ପହଞ୍ଚିଥିଲା । ସେଠାରେ ପାକିସ୍ଥାନ ପ୍ରଧାନମନ୍ତ୍ରୀର କୁଶପୁତ୍ତଳିକା ଦାହ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଶ୍ବ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଓଡ଼ିଶା ଓ ବିଭିନ୍ନ ହିନ୍ଦୁ ଓ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *