• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ୟୁ ଟ୍ଯୁବରଙ୍କ ନିଷେଧା ଅଞ୍ଚଳରେ ବଣଭୋଜି କରି ଆଇନ୍ ବ୍ୟବସ୍ଥାକୁ କଲେ ଚୁରମାର

Bymamatanews

Apr 23, 2025
Spread the love

ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେଇ ତଦନ୍ତ ଚାଲିଥିବା ସୂଚନା ଦେଲେ ଡିଏଫଓ

ଅନୁଗୋଳ ଜିଲ୍ଲା ସାତକୋଶିଆ ର ଏହି ପ୍ରାକୃତିକ ପରିବେଶ ଭରା ଅଭୟାରଣ୍ୟର ସୁରକ୍ଷା ପାଇଁ ବନ ବିଭାଗର ଅନେକ କଡା କଡି ନିୟମ ରହିଛି । ଏହା ଭିତରୁ ସାତକୋଶିଆ ଅଭୟାରଣ୍ୟ ଭିତରେ ବଣଭୋଜି କରି ମଉଜମଜଲିସ କରିବା ନିଷେଧ । ଜଙ୍ଗଲ ଓ ବନ୍ୟା ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ କରା ଯାଇଥିବା ବେଳେ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ବଣଭୋଜି କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ବୋର୍ଡ ଲଗା ଯାଇଛି । ହେଲେ ଏହି ହେଲେ ବୋର୍ଡ ଆଇନ୍ ଯେପରି ଜୀବଜନ୍ତୁ ମାନଙ୍କ ପାଇଁ ଲଗାଯାଇଛି। ଏହି କୋର ଏରିଆରେ ଅନୁଗୋଳ ର ଜଣେ ୟୁ ଟ୍ଯୁବର ନିଜ ସାଙ୍ଗସାଥିଙ୍କ ସହ ବନ ଭୋଜି କରିବା ସହ ସାମାଜିକ ଗଣ ମାଧ୍ୟମରେ ଭିଡିଓ ଅପଲୋଡ କରିଛନ୍ତି । ଯାହା ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ପରିବେଶ ପ୍ରେମୀ । କୋର ଏରିଆରେ ଭୋଜି କରିଥିବା ଯୋଗୁଁ ସମ୍ପୃକ୍ତ ୟୁ ଟ୍ଯୁବରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି ଅଞ୍ଚଳବାସୀ । ଅନୁଗୋଳ ଜିଲ୍ଲାର ଇଶ୍ଵର ବେହେରା ନାମକ ଜଣେ ବ୍ୟକ୍ତି, ଯେ କି ଆମ ଘର ଟୋକା ନାମରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କମେଡି , ରୋଷେଇ ଆଦି ଭିଡିଓ ଅପଲୋଡ କରନ୍ତି । ହେଲେ ସେ ସରକାରଙ୍କ ନିର୍ଦ୍ଦେଶ ନାମା କିପରି ଭାଙ୍ଗି ଚୁରମାର କରିଦେଇଛନ୍ତି । ସୂଚନା ଯେ, ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ରୁ ଟିକରପଡ଼ା ରାସ୍ତାର ଭିଡିଓ । ଏହି ସବୁ ଭିଡିଓ ରେ ସେ ଆଉ ତାଙ୍କର କିଛି ସାଙ୍ଗ ଭୋଜି କରୁଥିବା ଦେଖା ଯାଉଛି । ସେ ଭିଡିଓରେ ମଧ୍ୟ ଏହା ଟିକରପଡା ଅଞ୍ଚଳର ବୋଲି କହି ବୁଲୁଛନ୍ତି । ତେବେ ସାତକୋଶିଆର କୋର ଅଞ୍ଚଳରେ ସେ ଭୋଜି କରିବାକୁ ନେଇ ପ୍ରଶ୍ନ ଉଠିଛି? ଯେଉଁ ଅଞ୍ଚଳରେ ଭୋଜି ତ ଦୂରର କଥା ସେହି ଅଞ୍ଚଳରେ ଡିଆସିଲି କାଠିଟିଏ ମାରିବା ମନା , ସେହି ଅଞ୍ଚଳରେ ସମ୍ପୃକ୍ତ ୟୁ ଟ୍ଯୁବର କିଭଳି ଭୋଜି କରିବା ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଆମେ ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଲା ବନ୍ୟା କର୍ମଚାରି ଲକ୍ଷ ଲକ୍ଷ ଟଙ୍କା ଦରମା ପାଇ କରୁଛନ୍ତି କଣ ନିଷେଧାଦେଶ ଅଞ୍ଚଳରେ ଏହି ସବୁ ଜିନିଷ ଗଲା କିପରି ଯଦି ଗଲା ରୋଷେଇ ପାଇଁ କେତେ ଘଣ୍ଟା ଲାଗିଥିବ ଏହିସମୟରେ ବନ କର୍ମଚାରୀ କରୁଥିଲେ କଣ। ବନ କର୍ମଚାରୀଙ୍କ ଉପରେ ପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଚି ତାହା ବାକି ରହିଲା।

Leave a Reply

Your email address will not be published. Required fields are marked *