• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜାମ୍ମୁକାଶ୍ମୀର ପହଲଗାମ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ କରି ଶୋଭାଯାତ୍ରା।

Bymamatanews

Apr 25, 2025
Spread the love

ଜାମ୍ମୁକାଶ୍ମୀର ର ପହଲଗାମ୍ ରେ ହିନ୍ଦୁ ଙ୍କ ଉପରେ ହୋଇଥିବା ବର୍ବରତା ଆକ୍ରମଣ କୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଓ ଯୋଡ଼ା ଥାନା ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳ ଓ ଯୋଡ଼ା ପୌରାଞ୍ଚଳରେ ସଂନ୍ଧ୍ୟାରେ ଶତାଧିକ ସଂଖ୍ୟାରେ ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ପରିପ୍ରେକ୍ଷୀରେ ସହସ୍ର ସଂଖ୍ୟାରେ ଲୋକେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାରତବାସୀ ଏକଜୁଟ ହୋଇ ଏହି ନରସଂହାର ର ନିନ୍ଦା କରିବା ସହ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ପ୍ଲାକ କାର୍ଡ ଧରି ସ୍ଲୋଗାନ ମାନ ଦେଇ କ୍ୟାଣ୍ଡେଲ୍ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ସହ ଏହିଭଳି ନରସଂହାର ରଚିଥିବା ତଥା ଆତଙ୍କବାଦୀ ଙ୍କ ପୃଷ୍ଟ ପୋଷକତା କରୁଥିବା ଦେଶ ପାକିସ୍ତାନ ବିରୋଧରେ ବିଶୋଦଗାର୍ କରିଥିଲେ ଏବଂ ଏହି ନରସଂହାର ରେ ଜୀବନ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କ ପାଇଁ ନ୍ୟାୟ ଦାବିକରିଥିଲେ ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *