• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କଳା ଜହର ସହ ତିନି ବେପାରୀଙ୍କୁ ଗିରଫ କଲା ବଅଁରପାଳ ପୋଲିସ

Bymamatanews

Apr 26, 2025
Spread the love

ତିନି ବେପାରୀଙ୍କ ମଧ୍ୟରୁ ଜଣେ ନାବାଳକ

ଦୀର୍ଘଦିନ ହେବ ବେପାର ଚଳାଇଥିଲେ ଅଭିଯୁକ୍ତ ଗୁପ୍ତ ଖବର୍ ପାଇଁ ମାଡି ବସିଲା ପୋଲିସ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ନାଲକୋ ଆଲୁମିନିଅମ୍ ପାର୍କ ଅଞ୍ଚଳରେ କଳା ଜହର କାରବାର ବେଳେ ଅଭିଯୁକ୍ତକୁ ଗିରଫ କରିବାରେ ବଅଁରପାଳ ପୋଲିସ କୁ ମିଳିଛି ବଡ଼ ସଫଳତା। ଗିରଫ ଅଭିଯୁକ୍ତ ମାନେ ହେଲେ କୁମଣ୍ଡ ପ୍ରଗତି ନଗର ର ଟୁଟୁ ପ୍ରଧାନ ଙ୍କ ପୁଅ ଗୁରୁଚରଣ ପ୍ରଧାନ, ଅନୁଗୋଳ ଟାଉନ୍ ଶିକ୍ଷକପଡା ର ରାମ ବେହେରା ଙ୍କ ପୁଅ ସୁଜିତ୍ ବେହେରା, ତୃତୀୟ ଅଭିଯୁକ୍ତ ଗୋପାଳପ୍ରସାଦ ଅଞ୍ଚଳର ଜଣେ ନାବାଳକ ବୋଲି ଜଣାପଡିଛି।

ତିନି ଅଭିଯୁକ୍ତ ଦୀର୍ଘ ଦିନ ହେବ ବଅଁରପାଳ ଅଞ୍ଚଳରେ କଳା ଜହର କାରବାର କରୁଥିବା ପୋଲିସ ଖବର୍ ପାଇଥିଲେ। ପୋଲିସ ଆଜି ବିଶେଷ ସୂତ୍ରରୁ ଖବର ପାଇଥିଲା କି ଅଭିଯୁକ୍ତ ମାନେ ଏପ୍ରିଲ ୨୪ ଗୁରୁବାର ରାତିରେ ନାଲକୋ ଆଲୁମିନିଅମ୍ ଅଞ୍ଚଳରେ କଳା ଜହର ବେପାର ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଛନ୍ତି। ସୁଯୋଗ ପାଇ ପୋଲିସ ତିନି ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୨ ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର (20 ଗ୍ରାମ ରୁ ଉର୍ଦ୍ଧ) କଳା ଜହର ଜବତ କରିଥିଲେ। ଅଭିଯୁକ୍ତ ଙ୍କ ଠାରୁ ନଗଦ ୫୦୦ ଟଙ୍କା, ନିଆଁ ଲଗା ଲାଇଟର, ଆଲୁମିନିୟମ ପେପର, ମୋବାଇଲ, ଜବତ କରିଥିଲେ। ଆଜି ପୋଲିସ ତିନି ଅଭିଯୁକ୍ତ ନାମରେ ନିଶା କାରବାର ନେଇ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛନ୍ତି

Leave a Reply

Your email address will not be published. Required fields are marked *