• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାନୀୟ ଜଳ ସମସ୍ୟା ନେଇ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ଗ୍ରାମବାସୀ

Bymamatanews

Apr 26, 2025
Spread the love

ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହା କେତେ ଦୂର କାର୍ଯ୍ୟ ହେଉଛି ଯାହା ତର୍ଜମା ହେଉନାହିଁ । ଯାହା ଫଳରେ ପାନୀୟ ଜଳ ପାଇଁ ବହୁ ସମୟରେ ହଇରାଣ ହେଉଛନ୍ତି ଜନ ସାଧାରଣ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଜାମୁନାଳି ଗ୍ରାମବାସୀ ମାନେ ଆଜି ଉପ ଜିଲ୍ଲାପାଳଙ୍କ ନିକଟରେ ପାନୀୟ ଜଳ ଯୋଗାଣ ପାଇଁ ଅଭିଯୋଗ କରିଛନ୍ତି । ସୂଚନା ଯେ, ବଅଁରପାଳ ବ୍ଲକ ଅନ୍ତର୍ଗତ ଜାମୁନାଳି ଗ୍ରାମବାସୀ ଆଜି ଅଭିଯୋଗ କରିଛନ୍ତି କି ତାଙ୍କ ଗ୍ରାମରେ ୬୦ ପରିବାର ବସବାସ କରୁଛନ୍ତି । କିନ୍ତୁ ଗ୍ରାମରେ ପାଣି ନାହିଁ । ଗୋଟିଏ ନଳକୂପ ଥିବାରୁ ଜଳ ସମସ୍ତ ଗ୍ରାମବାସୀଙ୍କ ପାଇଁ ପାଣି ମେଣ୍ଟାଇବାକୁ ସମର୍ଥ ହେଉନାହିଁ । ଯାହା ଫଳରେ ସେମାନେ ବହୁତ ପାନୀୟ ଜଳ ପାଇଁ ୨ କିଲୋ ମିଟରକୁ ଯାଇ ପାନୀୟ ଜଳ ଆଣୁଛନ୍ତି। ଯାହା ଫଳରେ ଦୁଃଖ କଷ୍ଟରେ ଚଳୁଛନ୍ତି ଗ୍ରାମବାସୀ । ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବାରୁ ପ୍ରତ୍ୟେକ ବର୍ଷ ପାଣି ପାଇଁ ସେମାନେ ଡହଳ ବିକଳ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ଆଜି ଉପ ଜିଲ୍ଲାପାଳଙ୍କ ନିକଟରେ ପାଣି ଯୋଗାଇ ଦେବା ପାଇଁ ଗ୍ରାମବସି ମାନେ ଅଭିଯୋଗ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ, କେବେ ପାନୀୟ ଜଳ ପାଉଛନ୍ତି ଜାମୁନାଳି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *