ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରଣୀ ପଞ୍ଚାୟତ କୁସୁପଙ୍ଗି ଗ୍ରାମର ପ୍ରାୟ ୩୫ ଜଣ ମହିଳାଙ୍କ ଠାରୁ ସେହି ଗ୍ରାମର ସୁମନ୍ତ ନାଏକ ଏବଂ ତାଙ୍କ ପତ୍ନୀ ଧରିତ୍ରୀ ନାଏକ ପାଖାପାଖି ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଫେରାର ହୋଇ ଥିବା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମର ମହିଳା । ସୂଚନା ଯେ, କୁସୁପଙ୍ଗି ଗ୍ରାମର କିଛି ମହିଳା ସଂଘ ର ମହିଳା ମାନେ ଘରୋଇ ସଂସ୍ଥା ରୁ ଲୋନ ଉଠାଇ, ସେହି ଗ୍ରାମର ସୁମନ୍ତ ନାଏକ ଏବଂ ତାଙ୍କ ପତ୍ନୀ ଧରିତ୍ରୀ ନାଏକଙ୍କୁ ପଇସା ଦେଇଥିଲେ ଏବଂ ସୁମନ୍ତ ନାଏକ ପଇସା ସୁଝିବା ପାଇଁ କହିଥିଲେ । ହେଲେ ଗତ ବୁଧବାର ଘରେ ତାଲା ପକାଇ, ଦମ୍ପତି କେଉଁଆଡ଼େ ଫେରାର ହୋଇ ଯାଇଥିବା ଗ୍ରାମର ମହିଳା ମାନେ ଜାଣିବାକୁ ପାଇଥିଲେ । ତେବେ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଦମ୍ପତିଙ୍କ କୌଣସି ଖୋଜ ଖବର ନ ପାଇବାରୁ ମହିଳା ମାନେ ଗୁରୁବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିବା ବେଳେ ରୁଣ ପଇସା ନେବା ପାଇଁ ଘରୋଇ ସଂସ୍ଥାର କର୍ମଚାରୀ ଆସି ଗ୍ରାମର ମହିଳା ମାନଙ୍କ ଘରେ ଜଗି ବସିଛନ୍ତି । ଶେଷରେ ବାଧ୍ୟ ହୋଇ ମହିଳା ମାନେ ବଅଁରପାଳ ଥାନା ଲିଖିତ ଅଭିଯୋଗ କରିଛନ୍ତି। ବଅଁରପାଳ ଥାନାରୁ କୌଣସି ସୁଫଳ ନ ପାଇବାରୁ ବାଧ୍ୟ ହୋଇ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ନ୍ୟାୟ ଅଭିଯୋଗ କରିଛନ୍ତି। ଏ ଘଟଣା ବିଷୟରେ ବଅଁରପାଳ ଥାନା ଅଧିକାରୀ ଙ୍କୁ ପଚାରିବାରୁ ଏ ଘଟଣା ଟି ତଦନ୍ତ ପ୍ରକ୍ରିୟା ର ଅଛି ଏବଂ ବହୁତ ଶୀଘ୍ର ଦୋଷୀ କୁ ଗିରଫ କରିଯିବ ବୋଲି କହିଛନ୍ତି ।
