• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଜେପି ଅନୁଗୁଳ ଜିଲ୍ଲା କୋର କମିଟି ବୈଠକ

Bymamatanews

May 1, 2025
Spread the love


ୱାନ ନେସନ ୱାନ ଇଲେକ୍ସନ, ୱାକଫ ବୋର୍ଡ ସମ୍ପର୍କ ରେ ଆଗାମୀ ଦିନରେ ସମ୍ମିଳନୀ
ଅନୁଗୁଳ (୦୧/୦୫/୨୦୨୫) : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ କୋର କମିଟି ବୈଠକ ରେ ସାଙ୍ଗଠନିକ ଆଲୋଚନା କରାଯିବା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ବିଭିନ୍ନ ବିଷୟରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ରାଜ୍ୟ ନିଷ୍ପତ୍ତି ଅନୁଯାୟୀ ୱାନ ନେସନ ୱାନ ଇଲେକ୍ସନ ଏବଂ ୱାକଫ ବୋର୍ଡ ବିଲ ଉପରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ଅନୁଗୁଳ ଜିଲ୍ଲା ରେ ବୁଦ୍ଧିଜୀବୀ ଏବଂ ସମସ୍ତ ବର୍ଗର ଲୋକଙ୍କୁ ନେଇ ସମ୍ମିଳନୀ କରାଯିବ। ଆଗାମୀ ୪ତାରିଖ ରେ ୱାକଫ ବୋର୍ଡ ବିଲ ଉପରେ ଏବଂ ଆଗାମୀ ୭ତାରିଖ ରେ ୱାନ ନେସନ ୱାନ ଇଲେକ୍ସନ ଉପରେ ସମ୍ମିଳନୀ ଅନୁଷ୍ଠିତ ହେବ। ଜିଲ୍ଲାର ସମସ୍ତ ବୁଥ କମିଟି ମଣ୍ଡଳ କମିଟି ଆଗାମୀ ୧୫ ତାରିଖ ସୁଦ୍ଧା ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକ ରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ଚୌଧୁରୀ ପ୍ରଧାନ, ସୁଦିପ ଗଡ଼ନାୟକ ,ବିଜୟ ମାଝୀ, ବିଶ୍ୱଜିତ ମିଶ୍ର, ପର୍ଶୁରାମ ବାରିକ, ଚିତ୍ତରଞ୍ଜନ ମେହେର, ପ୍ରଭାତ ପ୍ରଧାନ, ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *