ଅନୁଗୋଳ (୦୧/୦୫/୨୦୨୫) : ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ, ଅନୁଗୋଳର ମିଳିତ ସହଯୋଗରେ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ସଭାଘର ଅନୁଗୋଳ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷା ସହାୟତା ବାବଦରେ ୭୭ ଜଣ ହିତାଧିକାରୀଙ୍କୁ ୭ ଲକ୍ଷ ୫୯ ହଜାର ୪୦୦ ଟଙ୍କା, ବିବାହ ସହାୟତା ବାବଦରେ ୧୨୬ ଜଣ ହିତାଧିକାରୀଙ୍କୁ ୬୩ ଲକ୍ଷ ଟଙ୍କା, ପ୍ରସୂତିକାଳିନ ସହାୟତା ବାବଦରେ ୮ ଜଣ ହିତାଧିକାରୀଙ୍କୁ ୮୦ ହଜାର ଟଙ୍କା, ମୃତ୍ୟୁ ସହାୟତା ବାବଦରେ ୨୩ ହିତାଧିକାରୀଙ୍କୁ ୬୨ ଲକ୍ଷ ଟଙ୍କା, ଅନ୍ତେଷ୍ଟ୍ରିକ୍ରିୟା ସହାୟତା ରାଶି ବାବଦରେ ୨୩ ଜଣ ହିତାଧିକାରୀଙ୍କୁ ୧ ଲକ୍ଷ ୧୫ ହଜାର ଟଙ୍କା, ମୃତ୍ୟୁକାଳିନ ସହାୟତା ବାବଦରେ ୧ ଅଣସଙ୍ଗଠିତ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଏହିପରି ସର୍ବମୋଟ ୨୫୮ ଜଣ ହିତାଧିକାରୀଙ୍କୁ ୧ କୋଟି ୩୬ ଲକ୍ଷ ୫୪ ହଜାର ୪୦୦ ଟଙ୍କା ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ କରକମଳରୁ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଇତିଶ୍ରୀ ଗାଗରାଇ, ଜିଲ୍ଲା ଶ୍ରମ ଅଧିକାରିଣୀ (କଲ୍ୟାଣ) ଶ୍ରୀମତୀ ଲିରିକା ରାୟ, ଜିଲ୍ଲା ଶ୍ରମ ଅଧୁକାରିଣୀ(ପ୍ରବର୍ତନ) ଶ୍ରୀମତୀ ପ୍ରିୟମ୍ବଦା ସ୍ପାଇଁ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଦେବ ପ୍ରସାଦ ମହାନ୍ତି, ଛେଣ୍ଡିପଦା ସହକାରୀ ଶ୍ରମ ଅଧିକାରିଣୀ କୁମାରୀ ପଦ୍ମଜା ସାହୁ, କିଶୋରନଗର ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଅଶ୍ବିନୀ କୁମାର ମୁଦୁଲିଙ୍କ ସମେତ ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟର କର୍ମଚାରୀ ଏବଂ ୫୫୦ରୁ ଊଦ୍ଧ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ ।
