• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଳମ୍ବିତ ରାତିରେ ବନ୍ଧୁକ ଲଗାଇ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Bymamatanews

May 4, 2025
Spread the love

ଜଗତସିଂହପୁର ଜ଼ିଲ୍ଲା ର ପୂରପଲ୍ଲୀ ରେ ଆଇନି କାନୁନ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଦୈନ ଦିନ ଚୋରୀ, ରାହାଜାନି ବୃଦ୍ଧି ପାଇବାରେ ଲାଗିଛି। ଜନ ସାଧାରଣ ଘରେ ମଧ୍ୟ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଏପରି କ୍ଷେତ୍ର ରେ ଜ଼ିଲ୍ଲା ପୋଲିସ ଉପରେ ଜନ ସାଧାରଣ ଅସ୍ଥା ହରାଇବସିଛନ୍ତି। ଖବର ନେବାରେ ଜଣାଯାଇଛି ବିରିଡି ଥାନା ଅନ୍ତର୍ଗତ ଅଣଖିଆ ସ୍ଥିତ ଦଣ୍ଡିଲୋ ଗ୍ରାମର ସୁକାନ୍ତ ମହାରଣା ଙ୍କ ପରିବାର ବିଳମ୍ବିତ ରାତିରେ ସୋଇଥିବା ସମୟରେ ପଞ୍ଚାଜଣ ଦୁର୍ବୁତ୍ତ ଘର ର ପଛପଟେ ଦୁଆର ମୁହଁ ଗ୍ରିଲ ଏବଂ କବାଟ ତାଡି ଗୃହ ମଧ୍ୟକୁ ପ୍ରବେଶ କରିଥିଲେ। ପରିବାର ସଦସ୍ୟ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇ ବାନ୍ଧି ପକାଇ ଘରେ ଥିବା ଆସବାସ ପତ୍ର, ସୂନା, ରୁପା ଅଳଙ୍କାର, ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଯାଇଥିଲେ ବୋଲି ସୁକାନ୍ତ ଚନ୍ଦ୍ର ମହାରଣା ବିରିଡି ଥାନାରେ ଅଭିଯୋଗ କରଛନ୍ତି। ପୋଲିସ ଏକ ମକଦମା ୠଜୁକରି ତଦନ୍ତ ଚଳାଇଛି।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *