• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜଙ୍ଗଲ କୁ ମହୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଭାଲୁ କଲା ଆକ୍ରମଣ

Bymamatanews

May 6, 2025
Spread the love

ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଯେ, ପୁରୁଣାକୋଟ ଥାନା ଅନ୍ତର୍ଗତ ଛୁଟକେଇ ଗ୍ରାମର ଗୋପାଳ ସାହୁ ଙ୍କ ପୁଅ ମଧୁ ସାହୁ (୪୦) ଓ ତାଙ୍କ ସାଙ୍ଗ ରେ ଆଉ ଦୁଇ ଜଣ ମିସି ଗାଁ ପାଖ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଉଥିବା ବେଳେ ଏକ କାଠ ଗଣ୍ଡି ତଳେ ଏକ ଭାଲୁଥିବା ଜାଣିପାରି ନଥିଲେ ଭାଲୁ ଟି ମଧୁ ଙ୍କୁ ଆକ୍ରମଣ କରିଥିଲା ତାଙ୍କ ସହିତ ଯାଇଥିବା ଆଉ ଦୁଇ ଜଣ ହୋହାଲ୍ଲା କରିବାରୁ ଭାଲୁଟି ଜଙ୍ଗଲ ମଧ୍ୟକୁ ଚାଲି ଯାଉଥିଲା। ମଧୁକୁ ଗୁରୁତର ଅବସ୍ଥାରେ ଏକ ଟେମ୍ପୋ ସାହାଯ୍ୟ ରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ତାଙ୍କ ମୁଣ୍ଡ, ଦୁଇ ହାତରେ ଗଭୀର ଆଘାତ ଲାଗିଛି।

Leave a Reply

Your email address will not be published. Required fields are marked *