• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସର୍ବନିମ୍ନ ମଜୁରୀ ବୃଦ୍ଧିଦାବିରେ ଏଲଇଓଙ୍କ ଅଫିସ୍ ସମ୍ମୁଖରେ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ।

Bymamatanews

May 6, 2025
Spread the love

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା “ଏଲ୍ ଇ ଓ ଙ୍କ ” କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ।ଭାରତୀୟ ଟ୍ରେଡ ୟୁନିୟନ “ଏଆଇଟିୟୁସି” ପକ୍ଷରୁ ଶ୍ରମିକ କର୍ମଚାରୀମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ପ୍ରତିବାଦରେ ଆଜି ଚମ୍ପୁଆ ଉପଖଣ୍ଡ ବଡ଼ବିଲ ଠାରେ ଦିଲ୍ଲୀ ସ୍ଥିତ ମୁଖ୍ୟ ଶ୍ରମ ଆୟୁକ୍ତ ଉଦ୍ଦେଶ୍ୟରେ ଏକ ଦାବି ସମ୍ବଳିତ ସ୍ମାରକପତ୍ର ସ୍ଥାନୀୟ ଏଲ ଇ ଓ (ସି) ଙ୍କୁ ପ୍ରଦାନ କରାଯାଇଛି ।ଆଜି ଏହି ଦାବି ନେଇ ହଜାର ହଜାର ସଂଖ୍ୟାରେ ଶ୍ରମିକ ଏକ ବାଇକ୍ ଶୋଭାଯାତ୍ରାରେ ବଡ଼ବିଲ ବସଷ୍ଟାଣ୍ଡରୁ ବାହାରି ଏଲଇଓ(ସି) ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ଦାବିପତ୍ର ଦେବାପୂର୍ଵରୁ ଏଆଇଟିୟୁସି ର ଜିଲ୍ଲା ସଭାପତି ଵିଦ୍ୟାଧର ମହାନ୍ତ ଭାରତବର୍ଷର ୯୫ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିଵା ଶ୍ରମିକ ଦୁର୍ଦ୍ଦିନ ଓ ନିର୍ଯାତିତ ଅବସ୍ଥାରେ ଗତି କରୁଥିବା କ୍ଷୋଭର ସହ ପ୍ରକାଶ କରିଥିଲେ । ବର୍ତ୍ତମାନ ର କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନକୁ ଉଛେଦ କରି ଅନେକ ଦମନମୂଳକ ଆଇନ୍ ପ୍ରଣୟନ କରିଛନ୍ତି ବୋଲି କହିଥିଲେ ।ଦେଶରେ ଆଜି ଵେରୋଜଗାର ଐତିହାସିକ ସ୍ତରରେ ଦେଖିବାକୁ ମିଳିଥିଲା ବେଳେ ମନରେଗା ଭଳି ଯୋଜନା ପାଇଁ ବଜେଟ ଆବଣ୍ଟନ ବର୍ଷକୁ ଵର୍ଷ ହ୍ରାସ ପାଉଥିବା ଅଭିଯୋଗ କରିଥିଲେ ।ତେଣୁ ସମସ୍ତ ଙ୍କୁ ରୋଜଗାର ସହ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି ପାଇଁ ମୁଖ୍ୟ ଶ୍ରମ ଆୟୁକ୍ତ ଦିଲ୍ଲୀ ଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଓ ରେପଟାକସ ବ୍ରେକ ନିୟମକୁ ପାଳନ କରିବାକୁ ଦାବି କରିଥିଲେ । ସେହିପରି ଅଙ୍ଗନବାଡ଼ି ମାଆମାନେ, ଆଶାକର୍ମୀ, ପାଚିକା,ସହାୟିକାମାନଙ୍କୁ ଭାରତୀୟ ଶ୍ରମ କନଫରେନ୍ସ ର ଧାରା ୪୫ଓ୪୬ ମାର୍ଗଦର୍ଶିକା ଅନୁଯାୟୀ ଶ୍ରମିକର ମର୍ଯ୍ୟାଦା ଦେବାପାଇଁ ଦାବି କରିଥିଲେ । ପଞ୍ଚାୟତ ମାନଙ୍କ ରେ କାର୍ଯ୍ୟରତ ରାତ୍ରି ଜଗୁଆଳି, ପିଅନ,ମାଳି ଓ ଝାଡୁଦାର ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ । ମନରେଗା ଯୋଜନା ରେ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଚାକିରି ହରାଇଥିବା ଉଦ୍ୟାନ ସାଥୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ବୋଲି ଦାବୀ କରିଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *