• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରାଥମିକ ଶିକ୍ଷକ ସଂଘ ଗଠିତ

Bymamatanews

May 7, 2025
Spread the love

ଅକ୍ଷୟ ସଭାପତି, ପ୍ରସନ୍ନ ସଂପାଦକ


ମହୀଧରପୁର : ବଅଁରପାଳ ବ୍ଲକ ଅଧିନ ମହୀଧରପୁର ନିକଟ ତୁରଙ୍ଗ ଉପ୍ରା ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ସଂଘ ଗଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ତ୍ରିବେଣୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଭାବେ ଅକ୍ଷୟ କୁମାର ସାହୁ ଓ ସଂପାଦକ ଭାବେ ପ୍ରସନ୍ନ କୁମାର ସାମଲଙ୍କୁ ନିର୍ବାଚିତ କରାଯାଇଛି। ଅନୁରୂପ ଭାବେ ଉପସଭାପତି ପଦରେ ଶରତ କୁମାର ମହାରଣା ଓ ବିନତୀ ସାହୁ ନିର୍ବାଚିତ ହୋଇଛନ୍ତି। ​‌େ​‌ସହିପରି କୋଷାଧ୍ୟକ୍ଷ ଭାବେ କୁମୁଦ ଚନ୍ଦ୍ର ଭୋଇଙ୍କୁ ନିର୍ବାଚିତ କରାଯାଇଛି। ପ୍ରତିତି ସତପଥି ଓ ରଜତ କୁମାର ନାୟକଙ୍କୁ ସଂପାଦକ ଭାବେ ନିର୍ବାଚିତ କରାଯାଇଛି। ବ୍ଲକରେ ଥିବା ୧୫ ଜଣଙ୍କ ସିଆରସିସିଙ୍କ ଆହ୍ବାନ କ୍ରମେ ଏହି ନୁତନ ଶିକ୍ଷକ ସଂଘ ଗଠିତ ହୋଇଛି। ସଂଘର ଉପଦେଷ୍ଟା ମଣ୍ଡଳୀରେ ଗିରିଶ ଚନ୍ଦ୍ର ବେହେରା, ଶଶାଙ୍କ ଶେଖର ନାଥ, ଅମିତ କୁମାର ସାହୁ, ଦିଲ୍ଲୀପ ବେହେରା, ବିଶ୍ବନାଥ ସାହୁ, ବବିତା ମହାନ୍ତି, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଅବସ୍ଥାପିତ ହୋଇଛନ୍ତି। କ୍ଲଷ୍ଟରର ରିପ୍ରେଜେଣ୍ଟେଟିଭ ଭାବେ କୃତିବାସ ଭୂତିଆ, ସୁଶିଲ ନାୟକ, ମିଥୁନ ସାହୁ, ଶ୍ରବଣ ଭୋଇ, କୁମୁଦ ଚନ୍ଦ୍ର ବେହେରା, ଶିବରାମ ଦାଶ, ଜଗବନ୍ଧୁ ବେହେରା, ଅକ୍ଷୟ ଦେହୁରୀ, ତ୍ରିବେଣୀ ପ୍ରଧାନ, କିଶୋର ଚନ୍ଦ୍ର ସାହୁ, ରାଜକିଶୋର ସାହୁ, ଲକ୍ଷ୍ମୀପ୍ରିୟା ଗୋଚ୍ଛାୟତ, ରବିନାରାୟଣ ସାହୁ, ଅର୍ଚ୍ଚନା ଦେହୁରୀ, ତରୁଣ କୁମାର ପ୍ରଧାନ, ମନୋରମା ପଣ୍ଡା ପ୍ରମୁଖଙ୍କୁ ସ୍ଥାନିତ କରାଯାଇଛି। ମିଡିଆ କୋଅର୍ଡିନେଟର ଭାବେ ବିକ୍ଷାତ ବିହାରୀ ମିଶ୍ର ମନୋନିତ ହୋଇଥିଲେ। ଆଗାମୀ ଦିନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସଂଘ ମାଧ୍ୟମରେ ସମାଧାନ କରାଯିବ ବୋଲି ସଭାପତି ଶ୍ରୀ ସାହୁ ଓ ସଂପାଦକ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପରିଚାଳନାରେ ଗଣ୍ଡିବେତ କ୍ଲଷ୍ଟରର ସିଆରସିସି ଶରତ କୁମାର ମହାରଣା ସହଯୋଗ କରିଥିଲେ। ଶିକ୍ଷକ ବିନୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ନରେନ୍ଦ୍ର କୁମାର ନାୟକ ଓ ସୌମ୍ୟରଞ୍ଜନ ଗଡ଼ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *