ସାପ କାମୁଡାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ଘର ବାହାରେ ଶୋଇଥିବା ବେଳେ ରାତି ଗୋଟାଏ ବେଳେ ଗୋଟିଏ ବିଷଧର ସାପ କମୁଡ଼ିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପନ୍ଦରଭରଣିଆ ଗ୍ରାମର ବିଦ୍ୟାଧର ବେହେରାଙ୍କ ପୁଅ ବାପୁନ୍ ବେହେରା ଘର ବାହାରେ ଶୋଇଥିବା ବେଳେ ଶନିବାର ରାତି ଗୋଟାଏ ବେଳେ ଗୋଟିଏ ବିଷଧର ସାପ କାମୁଡି ଦେଇଥିଲା।

ଯାହା ଫଳରେ ପରିବାର ଲୋକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେଣୁ ଖବର ପାଇ ବଅଁରପାଳ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ରେ ବାପୁନ ମୃତ୍ୟୁ ଖବର୍ ପ୍ରଚାର ପରେ ଶୋକାକୁଳ ପରିବେଶ ସ୍ରୁଷ୍ଟି ହୋଇଛି
