• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଭିନ୍ନ ସମସ୍ୟାକୁ ନେଇ ବାଜିରାଉତ ହାଉସିଂ ବୋର୍ଡ ଫେଜ୍-୨ କଲୋନୀବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ

Bymamatanews

May 14, 2025
Spread the love

ଢେଙ୍କାନାଳ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୮ ଅନ୍ତର୍ଗତ ବାଜିରାଉତ ହାଉସିଂ ବୋର୍ଡ ଫେଜ୍‌-୨ କଲୋନୀରେ ୪ବର୍ଷ ଧରି ବସବାସ କରୁଥିବା ଅଧିବାସୀମାନଙ୍କର ବହୁ ଅସୁବିଧାକୁ ନେଇ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟତଃ ପାନୀୟ ଜଳ ଯୋଗାଣକୁ ନେଇ ବହୁବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାହା ସମାଧାନ ହୋଇପାରୁନି । ଉକ୍ତ ସମସ୍ୟାଗୁଡିକ ହେଲା ନିୟମିତ ପାନୀୟ ଜଳ ଯୋଗାଣ, ହାଉସିଂ ବୋର୍ଡ କର୍ତ୍ତୃପକ୍ଷ ଜନ ସାସ୍ଥ୍ୟ ବିଭାଗ (ପିଏଚ୍‌ଡି)କୁ ଜଳ ଯୋଗାଣ ବ୍ୟବସ୍ଥା ହସ୍ତାନ୍ତର କରିବା, ହାଉସିଂ ବୋର୍ଡ ସୋସାଇଟ୍ ଅଂଚଳରେ ପାର୍କର ନିର୍ମାଣ ପାଇଁ ପ୍ରସ୍ତାବିତ ଜାଗାରେ ଢେଙ୍କାନାଳ ମ୍ୟୁନିସିପାଲିଟି ପାର୍କ ନିର୍ମାଣ କରିବା, ହାଉସିଂ ବୋର୍ଡ ସୋସାଇଟି ଅଂଚଳରୁ ମ୍ୟୁନିସିପାଲିଟି ନିୟମିତ ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରିବା, ସୋସାଇଟି ପାହାଡ ପାର୍ଶ୍ବରେ ଜଙ୍ଗଲ ଥିବାରୁ ଯେକୌଣସି ସମୟରେ ବନ୍ୟଜନ୍ତୁ ଆସିବାର ସମ୍ଭାବନା ରହିଛି ତେଣୁ ଫରେଷ୍ଟ ବିଭାଗକୁ ବାଉଣ୍ଡରୀର ବ୍ୟବସ୍ଥା ପାଇଁ ସୁପାରିଶ କରିବା ଇତ୍ୟାଦି । ଏହି ଅଭିଯୋଗ ସମୟରେ ମହୋନ ପାତ୍ର, ମୁରଲୀଧର ସାମଲ, ରଜେନ୍ଦ୍ର ମଲ୍ଲିକ, ଚନ୍ଦ୍ରକାନ୍ତ ଶତପଥୀ, ପ୍ରଶାନ୍ତ କୁମାର ମିଶ୍ର, କୁମୁଦ ଚନ୍ଦ୍ର ପାଳ ପ୍ରମୁଖ ଉପସ୍ଥିତ ରହି ସମସ୍ୟା ଗୁଡିକ ସମାଧାନ ନହେଲେ ଆଗକୁ ରାସ୍ତାରୋକ କରା‌ଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *