• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶ୍ରୀ ଶ୍ରୀ ଅଟଳବଳଦେବଜୀଉ ଙ୍କ ଚନ୍ଦନଯାତ୍ରା ମହୋତ୍ସବ ଅନୁଷ୍ଠିତ

Bymamatanews

May 14, 2025
Spread the love

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

ଜଗତସିଂହପୁର ଜ଼ିଲ୍ଲା ପଳାଶୋଳ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ଙ୍କ ମଠଦାଣ୍ଡ ପରିସରରେ ପବିତ୍ର ବୁଦ୍ଧପୁର୍ଣିମା ଠାରୁ ଶ୍ରୀକ୍ଷେତ୍ର ଭଉଁରୀ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଚନ୍ଦନଯାତ୍ରା ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହେଉଛି | ଏହି ଉପଲକ୍ଷେ ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚନ୍ଦନଯାତ୍ରା ମହୋତ୍ସବ କୁ ଅଧିକ ଚିତାକର୍ଷକ କରିବା ନିମନ୍ତେ ମିନବଜାର ଉଦଘାଟନ | ସାଇ ସାଗର ଭଜନ ସନ୍ଧ୍ୟା ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ପରିବେଶୀତ | କୁନି କୁନି ପିଲା ମାନଙ୍କ ଦ୍ୱାରା “ଆମେ ଦେଖାଇବୁ ଆମ ପ୍ରତିଭା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଶିକ୍ଷାବିତ ଅକ୍ଷୟ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ |ମୁଖ୍ୟ ବକ୍ତା ଅତିରିକ୍ତ ଜ଼ିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ | ସଂମ୍ମାନିତ ଅତିଥିଭାବେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗାତା |ସରପଞ୍ଚ ମେନକା ଦାସ ପ୍ରମୁଖ ଯୋଗଦେଇ ଅଞ୍ଚଳ ର ବିଶିଷ୍ଟ ମାନ୍ୟଗନ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ | କୁନି ପ୍ରବଚକ କେଶବ ଦାସ | ମାଳିକା ବିଶାରଦ ପ୍ରମୋଦ କୁମାର ପୃଷ୍ଟି | ନୀତିବାଣୀ ପ୍ରବଚକ ଜିତୁ ଦାସ | ଶ୍ରୀକ୍ଷେତ୍ର ଗଣନାଟ୍ୟ ଦ୍ୱାରା ଯାତ୍ରା ପରିବେଷିତ ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି | ଏ ସମସ୍ତ କାର୍ଯ୍ୟକ୍ରମ କୁ ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ସଭାପତି ସମାଜସେବୀ, ଅକ୍ଷୟ କୁମାର ମହାନ୍ତି, ଯାମିନୀ କାନ୍ତ ନନ୍ଦ, ଋତୁରାଜ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *