• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୨୦ତମ ଗୁରୁ ଗୁମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତି ପାଳନ

Bymamatanews

May 14, 2025
Spread the love

ଅନୁଗୋଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୧୨୦ତମ ଗୁରୁ ଗୁମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି। ସକାଳ ୮ଘଟିକା ସମୟରେ ନାଲକୋ ଯାହାର ଗଳି ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ନାଲକୋ ମାନବ ସମ୍ବଳ ମହାପ୍ରବନ୍ଧକ ଶୁଭେନ୍ଦୁ ନାୟକଙ୍କ କରକମଳରେ ଉନ୍ମୋଚନହୋଇଥିଲା। ସନ୍ଧ୍ୟାରେ ନାଲକୋ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପାଳନ ଅବସରରେ ମୂଖ୍ୟ ଅତିଥି ଭାବରେ ଜିଜିଏମ୍ (ସିପିପି)ମହାପ୍ରବନ୍ଧକ ସତ୍ୟବାଦୀ ମିଶ୍ର,ସମ୍ମାନୀତ ଅତିଥି ଭାବେ ମାନବ ସମ୍ବଳ ମହାପ୍ରବନ୍ଧକ ଶୁଭେନ୍ଦୁ ନାୟକ ଯୋଗଦେଇଥିବାବେଳେ ନାଲକୋ ଅନୁସୁଚିତ ଜାତି ଓ ଜନଜାତି କଲ୍ୟାଣ ସଂଘର ସଭାପତି କେଦାରନାଥ ଦେହୁରୀ, ସାଧାରଣ ସଂପାଦକ କୃଷ୍ଣ ସିଂ ଜଙ୍କ ଓ ୨୭ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଗୋପାଳ ନାଏକ ଯୋଗଦେଇଥିଲେ।ମୂଖ୍ୟବକ୍ତା ପ୍ରଫେସର ଗୋପବନ୍ଧୁ ତାଙ୍କ ଅଭିଭାଷଣରେ କହିଛନ୍ତି ୧୯୦୫ ମସିହା ବୈଶାଖ ପୂର୍ଣ୍ଣିମା ତିଥିରେ ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ନିକଟସ୍ଥ ଡାହାରଡ଼ିହି ଗ୍ରାମରେ ପିତା ନନ୍ଦଲାଲ ମୂର୍ମୁ ଓ ମାତା ସଲମା ମୂର୍ମୁଙ୍କ କୋଳରେ ତାଙ୍କର ଜନ୍ମ । ସେ ଗହ୍ମାରିଆ ୟୁପି ସ୍କୁଲରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ବେଳେ ଓଡ଼ିଆ ଭାଷା ବୁଝିବାରେ ସକ୍ଷମ ନ ହେବାରୁ ତାଙ୍କ ମନରେ ସାନ୍ତାଳୀ ଭାଷାରେ ଶିକ୍ଷାର ଆବଶ୍ୟକତା ନେଇ ଭାବନା ଭଦ୍ରେକ ହୋଇଥିଲା । ୧୯୨୪-୨୫ ରେ ବାରିପଦା ଉଚ୍ଚ ବିଦ୍ୟାଳୟରେ ପଢିବା ସମୟରେ ସେ ସାନ୍ତାଳୀ ଭାଷା ପାଇଁ ସ୍ୱତନ୍ତ୍ର ଲିପି “ଅଲ୍ ଚିକି” ଉଦଭାବନ କରିଥିଲେ ବୋଲି ମୁଖ୍ୟ ବକ୍ତା ପ୍ରଫେସର ଗୋପବନ୍ଧୁ ପରିପ୍ରକାଶ କରିଥିଲେ ।ଅଭିଭାଷଣ ପରେ ସାନ୍ତାଳି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।କୁନିକୁନି ପିଲାମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଟ୍ରଫି ସହ ମାନପତ୍ର ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଶେଷରେ ଆଲୋକ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *