• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୭ ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

Bymamatanews

May 20, 2025
Spread the love

କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମକୋଡ ବାତିଲ କରିବା, ୮ଘଣ୍ଟା ଶ୍ରମ ଦିବସ ବଦଳରେ ୧୨ ଘଣ୍ଟା ଶ୍ରମ ଦିବସ ପ୍ରସ୍ତାବ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ସମସ୍ତ ଶ୍ରମ ଆଇନ ଗୁଡିକୁ କଡାକଡିଭାବେ ଲାଗୁ କରି ଶ୍ରମ ଆଇନ ଭଙ୍ଗ କରୁଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସମସ୍ତ ବେକାରଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, କାମ କରିବାର ଅଧିକାରକୁ ମୌଳିକ, ସାମ୍ବିଧାନିକ ଅଧିକାର ପ୍ରଦାନ କରିବା, ସମସ୍ତ ସ୍ତରର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କା କରିବା, ସର୍ବନିମ୍ନ ମାସିକ ପେନସନ୍ ୯ହଜାର ଟଙ୍କା କରିବା, ନୂତନ ପେନସନ୍ ସ୍କିମ୍ ବାତିଲ କରି ପୁରୁଣା ପେନସନ ସ୍କିମ୍ ଲାଗୁ କରିବା, ଆଶା, ଅଙ୍ଗନୱାଡି, ପାଚିକା-ସହାୟିକା ଭଳି ସ୍କିମ୍ ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ପେଟ୍ରୋଲ-ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବନ୍ଦକରିବା, ଏନ୍.ଟି.ପି.ସି., ପି.ଜି.ସି.ଆଇ.ଏଲ୍, ନାଲକୋ, ଇସ୍ପାତ, କୋଲ ଇଣ୍ଡିଆ (ଏମ୍.ସି.ଏଲ୍), ବି.ଏସ୍.ଏନ୍.ଏଲ୍, ବିପିସିଏଲ୍, ବ୍ୟାଙ୍କ, ବୀମା, ପ୍ରତିରକ୍ଷା ଶିଳ୍ପ, ଭାରତୀୟ ରେଳ, ସଡକ ପଥ, ବନ୍ଦର ଆଦି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ରର ଘରୋଇକରଣ ବନ୍ଦକରିବା, ବିଦୁ୍ତ୍‌ ସଂଶୋଧନ ବିଲ୍ ୨୦୨୨କୁ ବାତିଲ କରିବା ଏବଂ ପ୍ରି-ପେଡ୍ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ଶ୍ରମିକ ଛଟେଇ ବନ୍ଦ କରିବା, ସମସ୍ତ କୃଷି ଉତ୍ପାଦିତ ଦ୍ରବ୍ୟ ପାଇଁ ଏମ୍.ଏସ୍.ପି.କୁ ଆଇନଗତ ମାନ୍ୟତା ଦେବା, ଶିକ୍ଷା ସଭ୍ୟତା ଧ୍ୱଂସକାରୀ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ କରିବା, ଜଙ୍ଗଲ ସଂରକ୍ଷଣ ଆଇନ୍ ୨୦୨୩ ବାତିଲ କରିବା ଏବଂ ଜଙ୍ଗଲ ଅଧିକାର ଆଇନ୍-୨୦୦୬ କୁ ପୁନଃ କାର୍ଯ୍ୟକାରୀ କରିବା, ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଅଧିକାର ଉପରେ ଆକ୍ରମଣ ବନ୍ଦ କରିବା ପ୍ରଭୃତି ୧୭ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ମାନଙ୍କ ପକ୍ଷରୁ ଆଜି ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ଶତାଧିକ ଶ୍ରମିକ କର୍ମଚାରୀ ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
କେନ୍ଦ୍ର ସରକାର ଦେଶର ବୃହତ୍ତ ଶିଳ୍ପପତି, ପୁଞ୍ଜିପତି ଓ କର୍ପୋରେଟମାନଙ୍କ ସ୍ୱାର୍ଥରେ ପ୍ରଣୟନ କରିଥିବା ଶ୍ରମିକ ସ୍ୱାର୍ଥ ବିରୋଧୀ ଶ୍ରମକୋଡ୍ ବାତିଲ ଏବଂ ଜନଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ ନ କଲେ ୯ ଜୁଲାଇରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ହେବ ବୋଲି ଚେତାବନୀ ଦେଇଥିଲେ । ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ମହମଦ ଅବଦୁଲ ଅଖତରଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ୧୭ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *