• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦାନ୍ତ ହାତୀ ଆକ୍ରମଣରେ ଦୁଇ ମଇଁଷି ମୃତ, ୮ ଗୁରୁତ୍ତର

Bymamatanews

May 25, 2025
Spread the love

ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ ମଧୁ ପୁର ଗ୍ରାମରେ ବିଳମ୍ବିତ ରାତିରେ ଦାନ୍ତ ହାତୀ ଆକ୍ରମଣରେ ଦୁଇ ମଇଁଷି ମୃତ, ୮ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଯେ, ବନ୍ତଳା ରେଞ୍ଜ୍ ମଧୁ ପୁର ଗ୍ରାମର ବଂଶୀଧର ପ୍ରଧାନ ଙ୍କ ଦୁଇ ପୁଅ ବନମାଳି ପ୍ରଧାନ ଏବଂ ରଞ୍ଜନ ପ୍ରଧାନ। ଜେଜେ ବାପା ଅମଳ ରୁ ମଇଁଷି ରଖି ଚାଷ ବାସ କରି ପରିବାର ପ୍ରତିପୋଷଣ କରନ୍ତି। ପ୍ରତ୍ୟକ ଦିନ ପରି ଗତ କାଲି ଶୁକ୍ରବାର ବିଳମ୍ବିତ ରାତିରେ ମଇଁଷି ଗୁଡିକୁ ଘର ଠାରୁ ୫୦୦ ମିଟର ଦୁରରେ ଥିବା ଗୋଠ ରେ ବାନ୍ଧି ଘର କୁ ଫେରିଥିଲେ। ଆଜି ସକାଳୁ ମଇଁଷି ଗୋଠ କୁ ଯାଇ ଦେଖିଲା ବେଳକୁ ଦୁଇ ମଇଁଷି ମୃତ ହୋଇଥିବା ବେଳେ ୮ ଟି ମଇଁଷି ଗୁରୁତର ହୋଇଛନ୍ତି। ସଙ୍ଗେ ସଙ୍ଗେ ପରିବାର ଲୋକ ଆସି ଗୁରୁତର ମାନଙ୍କୁ ଚିକିତ୍ସା କରାଇଥିଲେ। ଗୋଟି କିଆ ଦାନ୍ତ ହାତୀ ଆସି ମଇଁଷି ମାରି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ପଟେ ମୃତ ଏବଂ ଗୁରୁତର ମଇଁଷି ଙ୍କ ପାଇଁ ପରିବାର ଲୋକ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *