ପୁଅର ରଡ୍ ମାଡ଼ରେ ମାଆର ମୃତ୍ୟୁ
ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡା ଥାନା ପରା ଗ୍ରାମରେ ଗତକାଲି ବିଳମ୍ୱିତ ରାତିରେ ପୁଅର ରଡ ମାଡ଼ରେ ମାଆର ମୃତ୍ୟୁ ଘଟିଛି । ମୃତକ ମାଆ ଶାନ୍ତିଲତା ପେଣ୍ଟୋଇ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ପରା ଗ୍ରାମର ଜଗୁଲୁ ରଥି ପେଣ୍ଠୋଇ ମଦ ପିଇ ଘରକୁ ଆସିଥିଲା । ସବୁଦିନ ବିଳମ୍ବିତ ରାତିରେ କାହିଁକି ମଦ ପିଇ ଘରକୁ ଆସୁଛୁ ବୋଲି ମାଆ ଶାନ୍ତିଲତା ପୁଅକୁ ପଚାରିବା ସହ ତାଗିଦ୍ କରିବାରୁ ପୁଅ ଉତକ୍ଷୀପ୍ତ ହୋଇ ଏକ ରଡ୍ ସାହାଯ୍ୟରେ ମାଆକୁ ମରିଥିଲା ।ଘଟଣାସ୍ଥଳରେ ମାଆ ଅଚେତ ହୋଇ ଯିବାରୁ ପୁଅ ୧୦୮ ଆମ୍ବୁଲାନ୍ସ ଡ଼ାକି ମାଆ ଶାନ୍ତିଲତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ଡ଼ାକ୍ତର ସେଠାରେ ଶାନ୍ତିଲତା ଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଜରପଡା ପୋଲିସ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ପହଞ୍ଚି ପୁଅ ଜଗୁଲୁ କୁ ଜରପଡା ଥାନାକୁ ଆଣି ପଚାର ଉଚରା କରିବା ସହ ଅଟକ ରଖି ଥିବା ବଢ଼େଇ ଥାନା ଅଧିକାରୀ କହିଛନ୍ତି ।
