• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଳରାମ ପ୍ରସାଦ ପଞ୍ଚାୟତର ବିଜେଡି ସଭାପତି ଙ୍କୁ ସମ୍ବୋଧନା

Bymamatanews

May 29, 2025
Spread the love

ଓଡ଼ିଶାର ପ୍ରାକ୍ତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଅଁରପାଳ ବ୍ଳକ ବଳରାମ ପ୍ରସାଦ ପଞ୍ଚାୟତର ବିଜେଡି ସଭାପତି ଭାବେ ବସନ୍ତ କୁମାର ବେହେରା ଚୟନ ହୋଇଥିବା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧିବଧ ଭାବରେ ପ୍ରକାଶ ପାଇଛି। ସଭାପତି ଶ୍ରୀ ବେହେରା ଏହି ଅବସରରେ ସଂଗଠନକୁ ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ସୁଦୃଢ କରିବା ଏବଂ ରଙ୍ଗବୋଳା ସରକାରକୁ ଆଗାମି ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦେବା ପାଇଁ ଉପସ୍ଥିତ କର୍ମୀଙ୍କ ମହଲରେ ଉତ୍ସାହ ପ୍ରକାଶ କରିଥିଲେ।ଆୟୁଷ୍ମାନ କାର୍ଡ଼ ଏବଂ ବିଦ୍ୟୁତ ବ୍ୟବସ୍ଥାକୁ ବିରୋଧ କରିବା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ପ୍ରଂଶସା କରିଥିଲେ। ତେବେ ଲୋକେ କିଭଳି ସୁରୁଖୁରୁରେ ସୁବିଧା ପାଇବେ ସେ ଦିଗରେ ପରାମର୍ଶ ଦେଇଥିଲେ।ଏହି ସମ୍ମିଳନୀରେ ଉପ ସଭାପତି ରାଜିବ ଲୋଚ଼ନ ଦାଶ, ସତ୍ୟବାନ ସାମଲ, ଗୋବିନ୍ଦ ରାଉତ,ବିଭୁତି ସାହୁ, ପ୍ରତାପ ବିଳାଶ ତଅଁଳୁ ସାହୁ ,ସୁକୁଟୁ ସାହୁ, ବିରଞ୍ଚି ସାହୁ, ବିଷ୍ଣୁ ଚରଣ ସାହୁ, ସନ୍ତେଷ ସାହୁ ଓ ନରେଶ ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତଥିଲେ।ଅନ୍ୟ ପକ୍ଷରେ ଶ୍ରୀ ବେହେରା ଏହି ପଦବୀ ପାଇଥିବାରୁ ପ୍ରାକ୍ତନ ଉପ ବାଚସ୍ପତି ରାଜନୀକାନ୍ତ ସିଂହ ,ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ବ୍ଲକ ଅଧ୍ୟକ୍ଷ ବିଜୟ ନାଥକୁ ଧନ୍ୟବାନ ଦେଇଥିଲେ। ଶେଷରେ ବିଭିନ୍ନ ନାରାବାଜି ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *