• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜମି ପଟ୍ଟା ରୁ ନାଁ ବଦଳି ଘଟଣା, ନ୍ୟାୟ ପାଇଁ ଉପଜିଲ୍ଲାପାଳ ଗୋଡ଼ ଧରିଲେ ଉର୍ମିଳା

Bymamatanews

May 29, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କଙ୍କିନାଳୀ ଗ୍ରାମର ଉର୍ମିଳା ଗଡନାୟକ ଆଜି ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଙ୍କୁ ତାଙ୍କ ଜମି ପଟ୍ଟା ର ନାଁ କାଟି ଦେଇ ପୁଣି ଯୋଡ଼ିବା ଘଟଣା ପାଇଁ ନ୍ୟାୟ ନିମନ୍ତେ ଅଭିଯୋଗ କରିଛନ୍ତି। ତାଙ୍କର ବାଦିବାହାଳରେ ଚାଷ ଜମି ଅଛି । ସେହି ଜମିର ପଟ୍ଟା ତା.୧୩.୦୫.୨୦୨୫ ରିଖ ଦିନ ବାଦିବାହାଳ ଜମିର ଜନସେବା କେନ୍ଦ୍ରରୁ ଉର୍ମିଳା ପଟ୍ଟା ବାହାର କରିଥିଲେ। ତା.୨୧.୦୫.୨୦୨୫ ରିଖ ଦିନ ପଟ୍ଟା ବାହାର କଲି କିନ୍ତୁ ନୂତନ ପଟ୍ଟା ବାହାରିଲା । ସେହି ପଟ୍ଟା ଦେଖି ଉର୍ମିଳା ଅନୁଗୋଳ ତହସିଲଦାରଙ୍କ ଅଫିସ ସାମ୍ନାରେ ଧାରଣା ଦେଲେ । ଦିନ ଓ ରାତିରେ ଧାରଣା ଦେବା ପରେ ପଟ୍ଟା ଦେବା ପାଇଁ ପ୍ରତିଶ୍ରୁତି ଦିଆଗଲା।ତା.୨୩.୦୫.୨୦୨୫ ରିଖ ଦିନ ସକାଳ ୧୦ ଘଟିକାରେ ତାଙ୍କୁ ପୁଣି ଅନ୍ୟ ପ୍ରକାର ଏକ ପଟ୍ଟା ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିଲା । ସେହି ପଟ୍ଟା ଭୁଲ୍ ଥିବା ନେଇ ଉର୍ମିଳା ଯୁକ୍ତି କରିଥିଲେ ଏବଂ କିଛି ସମୟ ପରେ ପୁଣି ପୂର୍ବ ପରି ପଟ୍ଟା ତହସିଲ୍ କାର୍ଯ୍ୟାଳୟ ଦେଇଥିଲେ । ତେଣୁ ଗୋଟିଏ ଘଣ୍ଟାରେ ପଟ୍ଟାର ମାଲିକ କିଭଳି ବଦଳି କରି ଦିଆ ଯାଉଛି। ସେ ବିଷୟରେ ଜିଲାପାଳଙ୍କୁ ଅଭିଯୋଗ ଆସିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ସହ ଭେଟ ନ ହେବାରୁ ଉପ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ। ଶେଷରେ ନ୍ୟାୟ ପାଇବା ପାଇଁ ଉର୍ମିଳା ଉପଜିଲ୍ଲାପାଳଙ୍କ ଗୋଡ଼ ମଧ୍ୟ ଧରି ଥିଲେ । ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ଦଣ୍ଡ ବିଧାନ ଦେବା ପାଇଁ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

ବାଇଟ 1 – ଉର୍ମିଳା ଗଡନାୟକ

Leave a Reply

Your email address will not be published. Required fields are marked *