• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ

Bymamatanews

May 29, 2025
Spread the love

ଆଜି ଲୋକସେବା ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।

ଓଡ଼ିଶା AI ନୀତି, ୟୁନିଫର୍ମ ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଚାକିରୀରେ ପ୍ରବେଶର ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି, ସ୍ବାସ୍ଥ୍ୟ ବିଭାଗରେ ଅତିରିକ୍ତ ୩୪୧ ଚକ୍ଷୁ ଚିକିତ୍ସା ସହାୟକ ପଦବୀ ସୃଷ୍ଟି ଭଳି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମଞ୍ଜୁରି ପ୍ରଦାନ କରାଯାଇଛି।

ରାଜ୍ଯରେ AI କୁ ପ୍ରୋତ୍ସାହନ ଦେବା ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ଏବଂ AI ଷ୍ଟାର୍ଟଅପ୍‌କୁ ଅଗ୍ରାଧିକାର ଦିଆଯିବ। ଯାହାକି ରାଜ୍ଯର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ସହ ଓଡ଼ିଶାର ପ୍ରଗତି ଧାରାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସେହିଭଳି ସରକାରୀ ଚାକିରୀରେ ପ୍ରବେଶର ସର୍ବୋଚ୍ଚ ବୟସ ସୀମାରେ ବୃଦ୍ଧି ଯୋଗୁଁ ଅନେକ ଚାକିରୀ ଆଶାୟୀ ଯୁବକ ଯୁବତୀ ମାନେ ଉପକୃତ ହେବେ।

Leave a Reply

Your email address will not be published. Required fields are marked *