• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୯ତମ ଓପେନ ନେସନାଲ ଟାଇକୋଣ୍ଡା ପ୍ରତିଯୋଗୀତାରେ ଅନୁଗୁଳ ପ୍ରତିଯୋଗୀଙ୍କ ସଫଳତା

Bymamatanews

Jun 4, 2025
Spread the love

୩୦/୦୫/୨୦୨୫ ଠାରୁ ୦୧/୦୬/୨୦୨୫ ରିଖ ପର୍ଯ୍ୟନ୍ତ ୯ତମ ଓପେନ ନେସନାଲ ଟାଇକୋଣ୍ଡା ପ୍ରତିଯୋଗୀତାରେ କଟକ ର ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇସାରିଛି। ଏହି ପ୍ରତିଯୋଗୀତାରେ ଓଡିଶା ସମେତ ଦେଶର ଅନ୍ୟ ରାଜ୍ୟ ତଥା SSB, CISF ଓ NCC ସର୍ବ ମୋଟ ୮୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଅନୁଗୁଳ ପ୍ରତିଯୋଗୀ ମାନେ କି ରୋଗୀ ଓ ପୁମୁସେ ବିଭାଗରେ ମିଳିତ ୧୪ ଟି ସ୍ଵର୍ଣ୍ଣ, ୧୩ ଟି ରୋପ୍ୟ, ଓ ୧୪ ଟି ତାମ୍ର ପଦକ ବିଭିନ୍ନ ବର୍ଗରେ ଅର୍ଜନ କରିଛନ୍ତି। ଯାହା ଓଡ଼ିଶା ତଥା ଅନୁଗୁଳ ଜିଲ୍ଲା ପାଇଁ ଗୌରବ କୋଚ୍ ଶକ୍ତି ପ୍ରସାଦ ବାରିକ ଓ ହେମ ବାହାଦୁର ଥାପାଙ୍କ ତତ୍ତ୍ବବଧାନରେ ଏହି ସଫଳତା ପାଇଛନ୍ତି। ଏହି ସଫଳତା ପାଇଁ ଜିଲ୍ଲା କଲେକ୍ଟର ଓ ଜିଲ୍ଲା କ୍ରୀଡା ଅଧିକାରୀ ସମ୍ପାଦକ ଅମରଜିତ ଗଡନାୟକ ସଭାପତି ଶ୍ରୀକାନ୍ତ ପ୍ରଧାନ ବୃତ୍ତି ପ୍ରତିଯୋଗୀତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *