• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଫାଇଲେରିଆ ନିରାକରଣ ସମନ୍ବୟ କମିଟି ବୈଠକ

Bymamatanews

Jun 10, 2025
Spread the love

ଅନୁଗୋଳ : ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ମାସ ୧ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାର ବଅଁରପାଳ,ବନ୍ତଳା ଓ ପାଳଲହଡା (ଖମାର) ରେ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ । ଆଶା କର୍ମୀ, ଅଙ୍ଗନାଓ୍ବାଡି କର୍ମୀ ଓ ତାଲିମ ପ୍ରାପ୍ତ ସ୍ବେଛାସେବୀମାନେ ଘରକୁ ଘର ବୁଲି ଔଷଧ ବଣ୍ଟନ ଓ ଖୁଆଇବାକୁ ନିୟୋଜିତ କରାଯାଇଛି । ବ୍ଳକ୍ ସ୍ତରରେ ଏହି କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ଫଳପ୍ରଦ କରିବାକୁ ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ପୂର୍ଣ୍ଣିମା ଊଦଗାତା ଆହ୍ବାନ ଦେଇଥିଲେ । ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଧନଞୟ ବେହେରା ସାମୁହିକ ଔଷଧ ସେବନର ପ୍ରଚାର ଓ ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ ଲୋଡିଥିଲେ । ସମସ୍ତ ବିଦ୍ୟାଳୟ ଓ ଆବାସିକ ବିଦ୍ୟାଳୟରେ ଯେପରି ଶତ ପ୍ରତିଶତ ଔଷଧ ସେବନ ହେବ ତାହା ଊପରେ ଡା.ଅନ୍ତର୍ଯ୍ୟାମୀ ମିଶ୍ର ଗୁରୁତ୍ବାରୋପ କରିଥିଲେ । ଡିପି ଏମ୍ ସୌମ୍ୟାରାଣୀ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଡେପୁଟି କଲେକ୍ଟର ଶ୍ରୀ ଜୟଜିତ୍ ଧଳ, ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀ ନିରଞନ ସାହୁଙ୍କ ସମେତ ଡାକ୍ତର ଓ ଚିକିତ୍ସାଳୟର କର୍ମଚାରୀମାନେ ଊପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *