ଅନୁଗୋଳ : ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଜିଉମାନଙ୍କର ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅବ୍ଦଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ମାସ ୨୭ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚାଯାତ୍ରା ଓ ଜୁଲାଇ ୫ ତାରିଖରେ ହେବାକୁ ଥିବା ବାହୁଡା ଯାତ୍ରାକୁ ଶାନ୍ତି ଶୃଖଳାର ସହ ପରିଚାଳନା କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ? ଅଧିକାରୀ ମାନେ ବିଶେଷ ଯନ୍ତ୍ରବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମନ୍ଦିର ପରାଚାଳନା କମିଟିର ସମ୍ପାଦକ ଶ୍ରୀ ହେମନ୍ତ କୁମାର ଦାସ ସମସ୍ତଂକୁ ସ୍ବାଗତ ଜଣାଇବା ସହ ଚଳିତ ବର୍ଷର ରଥଯାତ୍ରାକୁ ସୁଚାରୁରୁପେ ପରିଚାଳନା କରିବା ନିମନ୍ତେ ସମସ୍ତଂକର ସହଯୋଗ କାମନା କରିଥିଲେ ଓ ରଥଯାତ୍ରାରେ ପୂର୍ବ ବର୍ଷ ମାନଙ୍କରେ ପରିଲିକ୍ଷିତ ହୋଇଥିବା ପରି ସେ ଗୁଡିକ ବିଭିନ୍ନ ସମ୍ପର୍କରେ ସମସ୍ଯା ସମାଧାନ ନିମନ୍ତେ ଅନୁରୋଧ କରିଥିଲେ । ଏହାପରେ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନର୍ମାଣ କାର୍ଯ୍ୟ ଶେଷ ହୋଇ ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନ କରିବାକୁ ଦାୟିତ୍ବରେ ଥିବା । ଅନୁଗୋଳ ଉପଜିଲ୍ଲାପାଳ ଓ ପୂର୍ବ ବିଭାଗର ନିର୍ବାହୀ ଯନ୍ତ୍ରାଂକୁ ପରାମର୍ଶ ଦେଇଥିଲେ । ଟ୍ରାଫିକ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଙ୍କୁ ପରାମର୍ଶ ଦେଇଥିଲେ । ଏହାଛଡା ଅନୁଗୋଳ ଊଚ୍ଚ ବିଦ୍ୟାଳୟ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଜାତୀୟ ରାଜପଥର ଊଭୟ ପାର୍ଶ୍ବ ରାସ୍ତା ମରାମତି, ଶୁଖୁଲା ଗଛ ଡାଳ କାଟିବା, ଅସ୍ଥାୟୀ ଦୋକାନଗୁଡିକର ସ୍ଥାନାନ୍ତର ଇତ୍ୟାଦି କାର୍ଯ୍ୟ ରଥ ଯାତ୍ରା ପୂର୍ବରୁ ଶେଷ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଭ୍ରାମ୍ୟମାଣ ଗାଡି ସାହାଯ୍ୟରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା, ଟ୍ୟାକର ଯୋଗେ ପାନୀୟ ଜଳ ଯୋଗାଣ, ଆଲୋକ ବ୍ୟବସ୍ଥା ତଥା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସହରକୁ ପରିଷ୍କାର ପରିଛନ୍ନ ରଖିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ପରିଷଦର ଅତିରିକ୍ତ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶ୍ରୀ ଭବାନୀ ପ୍ରସାଦ ମିଶ୍ର, ଶ୍ରୀ ଆନନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ତଥା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
